ବାଂଲାଦେଶର ନୂଆ ବସ୍‌ ମହମ୍ମଦ ୟୁନୁସଙ୍କୁ ମିଳିଲା ପୁରସ୍କାର! ପ୍ରଥମେ ୬ ମାସର ଜେଲଦଣ୍ଡରୁ ମୁକ୍ତି

ଢାକା,୧୨।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେବା ପରେ ସେଠାକାର ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଏବେବି ହିଂସା ଲାଗି ରହିଛି। ତାଙ୍କ ପରେ ଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି ମହମ୍ମଦ ୟୁନୁସ। ଏହି ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ଦୁର୍ନୀତି ନିବାରଣ ଆୟୋଗ ତାଙ୍କୁ ଏକ ଦୁର୍ନୀତି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୟୁନୁସ ମାତ୍ର ତିନି ଦିନ ପୂର୍ବରୁ ବାଂଲାଦେଶର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ସେ ଏହି ପୁରସ୍କାର ପାଇଛନ୍ତି।

ବାଂଲାଦେଶର ଅଗ୍ରଣୀ ଖବରକାଗଜ ଡେଲି ଷ୍ଟାର ଦୁର୍ନୀତି ନିବାରଣ ସଂସ୍ଥାର ଜଣେ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ ଢାକାର ସ୍ବତନ୍ତ୍ର ଜଜ କୋର୍ଟର ଜଜ ମହମ୍ମଦ ରାବିଲ ଆଲାମ ୟୁନୁସଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର ପାଇଁ ଆବେଦନକୁ ଗ୍ରହଣ କରିଛନ୍ତି।

Share