ଶହୀଦନଗର ମାଲାବାରରେ ‘ବ୍ୟାଙ୍ଗେଲ ଫେଷ୍ଟିଭାଲ’

ଭୁବନେଶ୍ୱର,୧୯।୨: ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର ଶହୀଦନଗରସ୍ଥିତ ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୧୦ ଦିନିଆ ‘ବ୍ୟାଙ୍ଗେଲ ଫେଷ୍ଟିଭାଲ’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଷ୍ଟୋରର ବରିଷ୍ଠ ଅଧିକାରୀ ଅସ୍‌ନାଫଙ୍କ ସମେତ ମ୍ୟାନେଜମେଣ୍ଟ ଷ୍ଟାଫ୍‌ ଓ ଗ୍ରାହକମାନଙ୍କ ଉପସ୍ଥିତିରେ ଫେଷ୍ଟିଭାଲର ଶୁଭାରମ୍ଭ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ବିଭିନ୍ନ ବର୍ଗର ଗହଣା ଓ ଚଳିତ ବିବାହ ଋତୁ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ବ୍ୟାଙ୍ଗେଲଗୁଡିକ ପ୍ରଦର୍ଶନ ହେଉଛି ବୋଲି ଜଣାପଡ଼ିଛି। ଉକ୍ତ ଫେଷ୍ଟିଭାଲ ଫେବୃୟାରୀ ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ବିଶେଷକରି ଉକ୍ତ ଫେଷ୍ଟିଭାଲ ସହ ଷ୍ଟୋରର ୧୦ ଫେୟାର ପ୍ରାଇସ୍‌ ପ୍ରମିଜ ସୁବିଧା ଜରିଆରେ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଆକର୍ଷଣୀୟ ଗହଣା ସମ୍ଭାର ଯୋଗାଇ ଦିଆଯାଉଛି। ଅପରପକ୍ଷରେ ମାଲାବାର ଗ୍ରୁପ୍‌ ତା’ର ବ୍ୟବସାୟିକ କାର୍ଯ୍ୟକଳାପରୁ ଆୟ କରିଥିବା ଲାଭର ସିଂହଭାଗ ସାମାଜିକ କାର୍ଯ୍ୟରେ ବିନିଯୋଗ କରିଥାଏ ବୋଲି ମାଲାବାର ଶହୀଦନଗର ଷ୍ଟୋରର ମୁଖ୍ୟ ବାଣିଜି୍ୟକ ଅଧିକାରୀ ସିଦ୍ଧେଶ୍ୱର ରଥ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟକୁ ସେବା ଭାବୁଥିବାରୁ ସବୁ ସୁରୁଖୁରୁରେ ଚାଲେ

ଜଳବାୟୁ ପରିବର୍ତ୍ତନ ସହ ଅସନ୍ତୁଳିତ ଜୀବନଶୈଳୀ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ସମସ୍ୟା ଦିନକୁ ଦିନ ବଢ଼ିଚାଲିଥିବାବେଳେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା...

7th Pay Commission: କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସିଖବର, ଏହି ଦିନ ବଢିବ DA

ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସରକାର ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଆସନ୍ତା ସପ୍ତାହ ସୁଦ୍ଧା, ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା...

୧୧ ଟି ଜିଲାରେ ୬,୧୧୭ କୋଟି ନିବେଶକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୭।୩: ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭର ସଫଳତା ପରେ, ୧୩୫ ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ...

ଫେବୃଆରୀରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୮% ରେ ସ୍ଥିର

ନୂଆଦିଲ୍ଲୀ,୧୭।୩: ସୋମବାର ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ବୃଦ୍ଧି ଘଟିଛି, ଯାହା ୨.୩୮% ରେ...

‘କଞ୍ଚାଲଙ୍କା’ ଆଞ୍ଚଳିକ ଭାଷା, ସଂସ୍କୃତିକୁ ଗୁରୁତ୍ୱ ଦେଉଛି

କେନ୍ଦ୍ରାପଡ଼ା ଜିଲାରେ ବିଭୁପ୍ରସାଦ ରଥଙ୍କ ଜନ୍ମ। ପୁରୀ ପରେ ଅହମଦାବାଦରେ ପାଠପଢ଼ା। କର୍ପୋରେଟ କ୍ୟାରିଅର ସମୟରେ ଉତ୍ପାଦନଠାରୁ ଆରମ୍ଭ କରି ସେବା ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ...

ଏଣିକି ଭଏସ କମାଣ୍ଡରେ ସ୍କ୍ରୋଲ କରିପାରିବେ Instagram ରିଲ୍ସ, ଜାଣନ୍ତୁ ନୂଆ ଫିଚର ବିଷୟରେ…

ଏଣିକି ଭଏସ କମାଣ୍ଡ ଦେଲେ Instagram ରିଲ ସ୍ବୟଂଚାଳିତ ଭାବରେ ସ୍କ୍ରୋଲ ହେବ। ଆପଣଙ୍କୁ ଡିସପ୍ଲେକୁ ଛୁଇଁବାକୁ ମଧ୍ୟ ପଡିବ ନାହିଁ। କେବଳ ଗୋଟିଏ ଭଏସରେ...

କମିଲା ରେଲଓ୍ବେର ଏହି ଷ୍ଟକ, ମାର୍ଚ୍ଚ ୨୦ ଭିତରେ ଶୀଘ୍ର କିଣି ନିଅନ୍ତୁ!

ଚଳିତ ସପ୍ତାହରେ ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନ (IRFC)ର ଶେୟାର ଖବରରେ ଅଛି। କମ୍ପାନୀ ୧୭ ମାର୍ଚ୍ଚ, ୨୦୨୫ ରେ ବୋର୍ଡ ବୈଠକର ତାରିଖ ସ୍ଥିର...

କାହିଁକି ହୁ ହୁ ହୋଇ ବଢୁଛି ଜମିର ମୂଲ୍ୟ, ସାମ୍ନାକୁ ଆସିଲା ବଡ଼ ସତ

ଗତ କିଛି ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ ସେକ୍ଟରରେ ଏକ ବଡ଼ ଉନ୍ନତିର ସାକ୍ଷୀ ହୋଇଛି। କେବଳ ଫ୍ଲାଟ ନୁହେଁ, ଜମିର ମୂଲ୍ୟ ମଧ୍ୟ ଦ୍ରୁତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image