ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ ଚେହେରା ଭାବେ ବାଣୀକଲ୍ୟାଣ ନିଜର ରାଜନୈତିକ ଜୀବନ ବିଜେଡିରୁ ଆରମ୍ଭ କରି ବାସୁଦେବପୁରରେ ଗତ ଦୁଇବର୍ଷ ଧରି ବିଭିନ୍ନ ସ୍ଥାନରେ ସମାନ୍ତରାଳ ସଭା ସମିତି କରି ଚର୍ଚ୍ଚାକୁ ଆସିଥିଲେ। ପ୍ରାୟ ବର୍ଷେ ତଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଥିଲା। ଏହା ସତ୍ତ୍ୱେ ସେ ବାସୁଦେବପୁରର ବିଭିନ୍ନ ସ୍ଥାନରେ ସଭା ସମିତି କରି ଲୋକସମ୍ପର୍କ ରଖିଆସୁଥିଲେ। ୨୦ ଦିନ ପୂର୍ବରୁ ସେ ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଥିଲେ। ତାଙ୍କର ସାଙ୍ଗଠନିକ ଦକ୍ଷତା ଉପରେ ଭରସା ରଖି ଭାଜପା ତାଙ୍କୁ ପ୍ରାର୍ଥୀ କରିଛି।
ଏହି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପାରେ ପୂର୍ବରୁ ୬/୭ଜଣ ଆଶାୟୀ ଥିବାବେଳେ ସମସ୍ତଙ୍କୁ ପଛରେ ପକାଇ ବାଣୀକଲ୍ୟାଣ ପ୍ରାର୍ଥୀ ହୋଇଛନ୍ତି। ଉଭୟ ବିଜେଡି ଓ କଂଗ୍ରେସକୁ ସେ ଟକ୍କର ଦେବା ନେଇ ଭାଜପା ଆଶା ବାନ୍ଧିଛି। ତେବେ ଦଳର ପୁରୁଣା ନେତାମାନେ କିପରି ତାଙ୍କୁ ଗ୍ରହଣ କରିବେ, ତାହା ଦେଖିବା ବାକି ରହିଲା। ପୂର୍ବରୁ ବିଜେଡି ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ କଂଗ୍ରେସ ପକ୍ଷରୁ ଜିଲା ସଭାପତି ଅଶୋକ ଦାସଙ୍କୁ ପ୍ରାର୍ଥୀ ଘୋଷଣା ସରିଛି। ଏବେ ଭାଜପା ଜଣେ ଯୁବ ଚେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବାସୁଦେବପୁରରେ ଲଢ଼େଇ ରୋଚକ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri