ବାଞ୍ଜିବାହାଲ ଅନରକିଲିଂ ଘଟଣାର ପର୍ଦ୍ଦାଫାଶ: ପ୍ରେମିକାଙ୍କ ବାପା, କାକା, ଭିଣୋଇ କୋର୍ଟଚାଲାଣ

ଭବାନୀପାଟଣା,୧୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ବହୁ ଚର୍ଚ୍ଚିତ ବାଞ୍ଜିପଦର ଗାଁ ପ୍ରେମୀଯୁଗଳଙ୍କ ଅନରକିଲିଂ ଘଟଣାର ପର୍ଦ୍ଦାଫାଶ କରିଛି ଧର୍ମଗଡ଼ ପୋଲିସ। ଏହି ଘଟଣାରେ ପ୍ରେମିକାଙ୍କ ବାପା,କାକା ଓ ଭିଣୋଇ ହତ୍ୟାକାରୀ ବୋଲି ଜଣାପଡ଼ିଛି। ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି ପୋଲିସ। ସେମାନେ ହେଲେ ନାବାଳିକାଙ୍କ ବାପା କନେଶ୍ୱର ପଟେଲ, ଭିଣୋଇ ଠଣ ସୁନ୍ଦର ନାଏକ ଓ କାକା ଦେବାନନ୍ଦ ପଟେଲ। ଏ ନେଇ ଭବାନୀପାଟଣାରେ ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ।

ଗତ ୩୦ ତାରିଖରେ ପ୍ରେମୀଯୁଗଳ ଘରୁ ଫେରାର ହୋଇଥିଲେ। ସେହିଦିନ ଏକ ଆଖୁବାଡ଼ିରେ ଲୁଚିଥିବା ବେଳେ ଉପରୋକ୍ତ ୩ ଅଭିଯୁକ୍ତ ସେମାନଙ୍କୁ ତଣ୍ଟିଚିପି ହତ୍ୟା କରି ଗଛରେ ଟାଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେଇଥିଲେ। ଗତ ୯ ତାରିଖରେ ବାଞ୍ଜିପଦର ଓ ସାଗୁନଭାଡ଼ି ଗାଁ ମଧ୍ୟରେ ଥିବା ଏକ ପୋଲ ନିକଟରେ ପ୍ରେମୀଯୁଗଳଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା।

Share