Categories: ଜାତୀୟ

ଅଭିଯୁକ୍ତଙ୍କ ଯେ କୌଣସି ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ଜବତ କରାଯାଇ ପାରିବ…

ଶ୍ରୀନଗର, ୩୦।୪ : ଆବଶ୍ୟକସ୍ଥଳେ ଅଭିଯୁକ୍ତଙ୍କ ଯେ କୌଣସି ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ଜବତ କରାଯାଇ ପାରିବ। ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ସିଆର୍‌ପିସି ଧାରା ୧୦୨ ଅନ୍ତର୍ଗତ ଏହା ହେବ ବୋଲି ବିଚାରପତି ସଞ୍ଜୟ ଧରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହା କହିଛନ୍ତି।

ଯାଞ୍ଚ୍‌ ସମୟରେ ପୋଲିସ ଅଧିକାରୀ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତାର କାରବାରକୁ ବନ୍ଦ କରିପାରିବେ। ଅଭିଯୁକ୍ତଙ୍କ ସହିତ ଏହି ବ୍ୟାଙ୍କ ଖାତାର ସିଧାସଳଖ ସମ୍ପର୍କ ଥିଲେ ଏଭଳି କରିହେବ ବୋଲି ଖଣ୍ଡପୀଠ କହିଛନ୍ତି। ଯାଞ୍ଚ୍‌ ସମୟରେ ପୋଲିସ ଅଧିକାରୀଙ୍କର ଯଦି ଅଭିଯୁକ୍ତଙ୍କର କୌଣସି ସମ୍ପର୍କୀୟଙ୍କ ଉପରେ ସନ୍ଦେହ ହୁଏ ତେବେ ଏଭଳି କରାଯାଇ ପାରିବ ବୋଲି ଖଣ୍ଡପୀଠ କହିଛନ୍ତି।

Share