ପାଟଣା,୧୫।୪(ସ୍ବ.ପ୍ର.): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପାଟଣା ବ୍ଲକ ତୁରୁମୁଙ୍ଗା ବଜାରସ୍ଥିତ ଏକ ବ୍ୟାଙ୍କର ଦୁଇ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହା ପରେ ବ୍ୟାଙ୍କ ପକ୍ଷରୁ ଦୁଇଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ବ୍ୟାଙ୍କର ଜଣେ ଫିଲ୍ଡ ଅଫିସର ଓ ଅନ୍ୟ ଜଣେ କର୍ମଚାରୀଙ୍କ ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ବ୍ୟାଙ୍କ ବନ୍ଦ ରହିବା ନେଇ ପୂର୍ବ ସୂଚନା ନ ଥିବାରୁ ଉପଭୋକ୍ତା ବ୍ୟାଙ୍କକୁ ଆସି ଫେରିଛନ୍ତି।