ରେଳ ଧାରଣାରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଭଦ୍ରକ,୧୫।୧୧: ଭଦ୍ରକ ଜିଲା କେନ୍ଦୁଆପଦା ରେଲଓ୍ବେ ଷ୍ଟେଶନ ନିକଟ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଶୁକ୍ରବାର ଜିଆର୍‌ପି ପୋଲିସ ଉଦ୍ଧାର କରିଛି। ମୃତ ବ୍ୟାଙ୍କ କର୍ମଚାରୀ ଜଣକ ଶେରପୁର ଗାଁର ବୋଲି ଜଣାପଡିଛି।

ଅନ୍ୟପକ୍ଷେ ବ୍ୟାଙ୍କ କର୍ମଚାରୀ ଜଣକ ଗୁରୁବାର ବିଳମ୍ବିତ ରାତିରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ସାରେ ସେ ବ୍ୟାଙ୍କ କାମ ସାରି ବାହାରିଥିଲେ। ହେଲେ ଘରକୁ ଯାଇ ନ ଥିଲେ। କାହିଁକି ଓ କେଉଁ ପରିସ୍ଥିତିରେ ଟ୍ରେନ ଆଗକୁ ଡେଇଁ ପଡିଲେ ତାହ ସ୍ପଷ୍ଟ ଜଣାପଡି ନାହି। ଜିଆର୍‌ପି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଏହି ଘଟଣାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Share