Categories: ବାଣିଜ୍ୟ

ମାର୍ଚ୍ଚରେ ୧୨ ଦିନ ବ୍ୟାଙ୍କ ବନ୍ଦ ! ଦେଖନ୍ତୁ ପୁରା ତାଲିକା…

ନୂଆଦିଲ୍ଲୀ,୧।୩: ଆଜିଠାରୁ ଆରମ୍ଭ ହୋଇଛି ମାର୍ଚ୍ଚ ମାସ। ଏହି ମାସରେ ହୋଲି ସମେତ ଅନେକ ଉତ୍ସବ ପଡ଼ୁଥିବାରୁ ବ୍ୟାଙ୍କ ମଧ୍ୟ ଛୁଟି ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଜାରି କରାଯାଇଥିବା ତାଲିକାରେ ମୋଟ ୧୨ ଦିନ ଛୁଟି ଥିବା ଦେଖାଯାଇଛି। ଏହି ଛୁଟିଦିନରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସହିତ ରବିବାରର ସାପ୍ତାହିକ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ।

ଆଉ ସପ୍ତାହେ ପରେ ରଙ୍ଗର ପର୍ବ ହୋଲି ପାଳନ କରାଯିବ। ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାଛଡ଼ା ଗୁଡି ପାଡଓ୍ବା,ଉଗାଡ଼ି, ପ୍ରଥମ ନବରାତ୍ର, ତେଲୁଗୁ ନବବର୍ଷ ଏବଂ ରାମନବମୀ ମଧ୍ୟ ମାର୍ଚ୍ଚରେ ପଡ଼ୁଛି। ଏସବୁ ବିଭିନ୍ନ ରାଜ୍ୟରେ ପାଳିତ ଉତ୍ସବ ଆଧାରରେ ରହିଛି। ଆର୍‌ବିଆଇ ଏହାକୁ ଦୃଷ୍ଟିରେ ରଖି ଛୁଟିଦିନର ତାଲିକା ପ୍ରକାଶ କରିଛି। ଏହି ପର୍ବ ବ୍ୟତୀତ ମାର୍ଚ୍ଚରେ ରବିବାର ଏବଂ ଦ୍ୱିତୀୟ-ଚତୁର୍ଥ ଶନିବାର ସହିତ ପ୍ରାୟ ୬ଟି ସାପ୍ତାହିକ ଛୁଟି ମଧ୍ୟ ଅଛି। ମାର୍ଚ୍ଚ ମାସରେ ପ୍ରଥମ ବ୍ୟାଙ୍କ ଛୁଟି ୩ ମାର୍ଚ୍ଚରେ ପଡ଼ୁଥିବା ବେଳେ ଶେଷ ଛୁଟି ୩୦ ମାର୍ଚ୍ଚରେ ପଡ଼ୁଛି।

ଏସବୁ ତାରିଖରେ ବନ୍ଦ ରହିବ ବ୍ୟାଙ୍କ:
୩ ମାର୍ଚ୍ଚ-ଚାପଚର କୁଟ୍‌
୫ ମାର୍ଚ୍ଚ-ରବିବାର (ସାପ୍ତାହିକ ଛୁଟିଦିନ)
୭ ମାର୍ଚ୍ଚ- ହୋଲି / ହୋଲିକା ଦାହାନ
୮ ମାର୍ଚ୍ଚ- ଧୁଲେଟି /ଦୋଳ ଯାତ୍ରା / ୟାଓସାଙ୍ଗ(ଦ୍ୱିତୀୟ ଦିନ)
୯ ମାର୍ଚ୍ଚ- ହୋଲି (ପାଟନା)
୧୧ମାର୍ଚ୍ଚ- ଦ୍ୱିତୀୟ ଶନିବାର (ସାପ୍ତାହିକ ଛୁଟିଦିନ)
୧୨ ମାର୍ଚ୍ଚ- ରବିବାର (ସାପ୍ତାହିକ ଛୁଟିଦିନ)
୧୯ ମାର୍ଚ୍ଚ-ରବିବାର (ସାପ୍ତାହିକ ଛୁଟିଦିନ)
୨୨ ମାର୍ଚ୍ଚ-ଗୁଡି ପାଦୱା / ଉଗାଡି / ବିହାର ଦିବସ/ ପ୍ରଥମ ନବରାତ୍ର / ତେଲୁଗୁ ନୂତନ ବର୍ଷ
୨୫ ମାର୍ଚ୍ଚ-ଚତୁର୍ଥ ଶନିବାର (ସାପ୍ତାହିକ ଛୁଟି)
୨୬ ମାର୍ଚ୍ଚ-ରବିବାର (ସାପ୍ତାହିକ ଛୁଟିଦିନ)
୩୦ ମାର୍ଚ୍ଚ-ରାମ ନବମୀ

ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ପର୍ବ ଉପରେ ବ୍ୟାଙ୍କ ଛୁଟି ମଧ୍ୟ ନିର୍ଭର କରେ। ଅର୍ଥାତ ଏହା ବିଭିନ୍ନ ରାଜ୍ୟ ଏବଂ ସହରଠାରୁ ଭିନ୍ନ ଭିନ୍ନ ହୋଇଥାଏ। ବ୍ୟାଙ୍କଗୁଡ଼ିକର ଶାଖା ବନ୍ଦ ହେବା ସତ୍ତ୍ୱେ ଘରେ ବସି ଅନ୍‌ଲାଇନ୍‌ ସମ୍ବନ୍ଧୀୟ କାର୍ଯ୍ୟ କରିପାରିବେ। ଏହି ସୁବିଧା ୨୪ ଘଣ୍ଟା ଚାଲୁ ହେବ।

Share