ଦିନେ କି ଦୁଇଦିନ ନୁହେଁ ଅକ୍ଟୋବରରେ ୧୮ଦିନ ବନ୍ଦ ରହିବ ବ୍ୟାଙ୍କ

ଦିନେ କି ଦୁଇଦିନ ନୁହେଁ ଅକ୍ଟୋବରରେ ୧୮ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ,୨୭।୯: ପାର୍ବଣ ଆସିଛି। ଅକ୍ଟୋବର ପହିଲାରୁ ଆରମ୍ଭ କରି ମାସ ଶେଷ ଯାଏଁ ପର୍ବପର୍ବାଣୀ ପାଳନ କରିବେ ଭାରତବାସୀ। ତେବେ ପର୍ବପର୍ବାଣୀ ଯୋଗୁ ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ସହ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ। ତେବେ ଏହି ଅକ୍ଟୋବରରେ ୧୮ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ ଅଛି, ତେବେ ଏହାକୁ ଠିକ୍‌ ସମୟରେ ଏବଂ ଯଥାଶୀଘ୍ର ସମ୍ପୂର୍ଣ୍ଣ କରନ୍ତୁ। ଅକ୍ଟୋବରରେ ଦେଶରେ ଗାନ୍ଧୀ ଜୟନ୍ତୀ, ମହାଳୟା, କଟି ବିହୁ, ଦୁର୍ଗାପୂଜା, ଦଶହରା, ଲକ୍ଷ୍ମୀପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଯୋଗୁ ବ୍ୟାଙ୍କଗୁଡିକ ବନ୍ଦ ରହିବ।

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବ୍ୟାଙ୍କ ଛୁଟିଦିନକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛି। ଯେଉଁଥିରେ ପ୍ରଥମ ନାମ ହେଉଛି ନେଗେଟିବଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ଅନୁଯାୟୀ ବ୍ୟାଙ୍କ ଛୁଟି। ଦ୍ୱିତୀୟ ଶ୍ରେଣୀ ହେଉଛି ନେଗୋଶିଏବୁଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ଓ ରିଅଲ ଟାଇମ ଗ୍ରସ ସେଟଲେମେଣ୍ଟ ଅଧୀନରେ ବ୍ୟାଙ୍କ ଛୁଟି। ତୃତୀୟ ବର୍ଗ ହେଉଛି ବ୍ୟାଙ୍କ ଛୁଟି, ଏହି ଦିନ ବ୍ୟାଙ୍କରେ କାରବାର ବନ୍ଦ ଥାଏ।

Share