ଜିଲାପାଳଙ୍କ ଅଫିସ ଆଗରେ ବ୍ୟାଙ୍କ ମିତ୍ରଙ୍କ ବିକ୍ଷୋଭ

ଛତ୍ରପୁର,୧୬।୯(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଏସବିଆଇ ବ୍ୟାଙ୍କମିତ୍ର ଆସୋସିଏଶନ ପକ୍ଷରୁ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାରଙ୍କ ସିଏସ୍‌ପି ପ୍ଲସ ଯୋଜନାରେ ଏସବିଆଇ ସିଏସ୍‌ପିମାନଙ୍କୁ ସାମିଲ କରିବା ଦାବିରେ ଏହି ଆନ୍ଦୋଳନ ହୋଇଥିଲା । ପରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ସେମାନଙ୍କ  କହିବାନୁଯାୟୀ,  ବିଭିନ୍ନ ପଞ୍ଚାୟତରେ ଏସବିଆଇ ଦ୍ୱାରା ଅନୁମୋଦନ ପାଇଁ ବ୍ୟାଙ୍କମିତ୍ର ଭାବେ କାମ କରିଆସୁଛନ୍ତି । ଦୀର୍ଘ ୧୨ ବର୍ଷ ହେଲା ଅର୍ଥ ଲଗାଣ କରିଞ୍‌ ପଞ୍ଚାୟତ ମାନଙ୍କରେ ବ୍ୟାଙ୍କ ସେବା ଗୁଡିକ ଟଙ୍କା ଜମା, ଟଙ୍କା ଉଠାଣ, ନୂତନ ବ୍ୟାଙ୍କ ଖାତା, ସରକାରଙ୍କ ମଧୁବାବୁ ପେନଶନ, ବାର୍ଦ୍ଧକ୍ୟ ଭତା ଓ ମିଶନ ଶକ୍ତି ଦ୍ୱାରା ଉପକୃତ ହେଉଥିବା ମା’ ମାନଙ୍କର ଋଣ ଆଦି ବ୍ୟାବସ୍ଥା କରି ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ପ୍ରତି ପଞ୍ଚାୟତରେ ସିଏସପି ପ୍ଲସ ନୂତନ ଭାବେ ଖୋଲାଯାଇ ବ୍ୟାଂକିଙ୍କ ସେବା ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି । ଏଣୁ ସିଏସପି ପ୍ଲସରେ ସେମାନଙ୍କୁ ସାମିଲ କରିବା ଲାଗି ଏମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।