Categories: ବାଣିଜ୍ୟ

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏନ୍‌ବିଜି ସ୍ଥାପନା ଦିବସ

ଭୁବନେଶ୍ୱର,୩।୧(ଅନୁରାଧା ମହାରଣା): ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ନ୍ୟାଶନାଲ ବ୍ୟାଙ୍କିଙ୍ଗ୍‌ ଗ୍ରୁପ୍‌ (ଏନ୍‌ବିଜି)ର ସ୍ଥାପନା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଓଆଇ, ଏନ୍‌ବିଜିର ଡିଜିଏମ୍‌ ରବୀନ୍ଦ୍ର ନାଥ ସରକାର କହିଥିଲେ, ୨୦୨୩ ଜାନୁଆରୀରେ ଆରମ୍ଭ ହୋଇଥିବା ଏନ୍‌ବିଜି ବିଭିନ୍ନ କ୍ଷେତ୍ରରୁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ବ୍ୟାଙ୍କ ୩୫,୦୦୦ରୁ ଊଦ୍ଧର୍‌ବ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ଋଣ ମଞ୍ଜୁର କରି ମହିଳା ବର୍ଗଙ୍କୁ ସାହାଯ୍ୟ କରିବା ସହ ମୁଦ୍ରା ଏବଂ ପିଏମ୍‌ ସ୍ବନିଧି ଯୋଜନା ଅଧୀନରେ ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କୁ ରଣ ଯୋଗାଇ ସମାଜର ଉନ୍ନତୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବ୍ୟାଙ୍କ ପକ୍ଷରୁ ଉଦ୍ୟୋଗୀମାନଙ୍କ ପାଇଁ ବିଭିନ୍ନ ଷ୍ଟାର୍ଟ ଅପ୍‌ ଯୋଜନା ଅନ୍ତର୍ଗତ ଏସ୍‌ଏସ୍‌ଏମ୍‌ଇ ଋଣ ଯୋଗାଇ ଦିଆଯାଇଛି। େଜୋନାଲ ମ୍ୟାନେଜର ଏସ୍‌. ମଳୟ ଦାସ କହିଥିଲେ, ବଡ଼ ବଡ଼ ଶିଳ୍ପଗୁଡିକୁ ଆର୍ଥିକ ସହାୟତା ଯୋଗାଇବା ପୂର୍ବକ ରିଟେଲ, କୃଷି ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗ ଅଧୀନରେ ୧୦୦୦କୋଟିରୁ ଉର୍ଦ୍ଧ୍ୱ ଋଣ ବିତରଣ କରିଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସବୁ ପ୍ରକାର ବ୍ୟାଙ୍କିଙ୍ଗ୍‌ କ୍ରେଡିଟ୍‌ କାର୍ଡ, ଇନ୍‌ସ୍ୟୁରାନ୍ସ ଏବଂ ମ୍ୟୁଚୁଆଲ ଫଣ୍ଡ ଆଦିର ସେବା ପ୍ରଦାନ କରୁଛି। ୩୦ଟି ଜିଲାରେ ଏନ୍‌ବିଜି ଅଧୀନରେ ବ୍ୟାଙ୍କର କେନ୍ଦୁଝର, ବାରିପଦା, ସମ୍ବଲପୁର ଏବଂ ଭୁବନେଶ୍ୱର ଜୋନ୍‌ ସମେତ ୨୫୮ଟି ଶାଖା କାର୍ଯ୍ୟ କରୁଛି। ଏନ୍‌ବିଜି ଓଡ଼ିଶା ୭ ଏସ୍‌ଏମ୍‌ଇସିସି ମାଧ୍ୟମରେ ଏସ୍‌ଏସ୍‌ଏମଇ ଓ ଏବଂ ୭ ଆର୍‌ବିସି ମାଧ୍ୟମରେ ରିଟେଲ ସେବା ପ୍ରଦାନ କରୁଛି।

Share