ଭୁବନେଶ୍ୱର,୨୨।୧
ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ ସୁଦ୍ଧା ବ୍ୟାଙ୍କ ୩୨୫ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହକରି ଶତକଡ଼ା ୧୧୦.୭୦% ଅଭିବୃଦ୍ଧି ହାର ହାସଲ କରିପାରିଛି। ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ଏସ୍. ରାଜୀବ ମୋଟ ସୁଧ ଆୟରେ ବୃଦ୍ଧି, ଖୁଚୁରା, କୃଷି ଏବଂ ଏମ୍ଏସ୍ଏମ୍ଇ ଋଣ ଆଦି ସମସ୍ତ ବ୍ୟବସାୟିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି ବୋଲି କହିବା ସହ ସମ୍ପତ୍ତିର ଗୁଣବତ୍ତାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି କହିଥିଲେ। ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କର ମୋଟ୍ ତ୍ରୈମାସିକ ସୁଧ ହାର ୩.୧୧% ରହିଛି ଯାହା ପୂର୍ବ ବର୍ଷ ଏହି ସମୟରେ ୩.୦୬% ଥିଲା। ନେଟ୍ ସୁଧ ଆୟ ୧୬.୯୦% ଅଭିବୃଦ୍ଧି ହାର ହାସଲକରି ୧,୫୨୭ କୋଟି ଟଙ୍କାରେ ପହଞ୍ଚତ୍ପାରିଛି।