ବ୍ୟାଙ୍କ ଡକାୟତି ଘଟଣା, ୪ ଗିରଫ

କଟକ ଅଫିସ,୧୩।୧୧: ବ୍ୟାଙ୍କ ଡକାୟତି ଘଟଣାରେ ଜଗତ୍‌ପୁର ପୋଲିସ ଏକ ଆନ୍ତଃଜିଲା ଡକାୟତି ଗ୍ୟାଙ୍ଗର ୪ ଜଣଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ଟାଙ୍ଗୀ ଥାନା ଅଧୀନ ଗୋବିନ୍ଦପୁର ଅଞ୍ଚଳରର ଦୁଇଭାଇ ଦୀପୁ ଓରଫ ଚକ୍ରଧର ସେଠୀ(୨୩) ଓ ଲିପୁ ଓରଫ କ୍ଷୀରୋଦ ଚନ୍ଦ୍ର ସେଠୀ(୨୦), ଚିକୁ ଓରଫ ଖଗେଶ୍ୱର ଜେନା(୨୭), ଜଗତ୍‌ସିଂହପୁର ଜିଲା ଏରସମା ଅଞ୍ଚଳର ବାବୁ ଓରଫ ପ୍ରତାପ ଦାସ(୨୭)। ସେମାନଙ୍କଠାରୁ ୨ଟି ବାଇକ୍‌, ୧ ଲକ୍ଷ ଟଙ୍କା, ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ଖେଳନା ବନ୍ଧୁକ, ଦୁଇଟି ଗୁଳି, ଗୋଟିଏ ମାରଣାସ୍ତ୍ର, ହେଲ୍‌ମେଟ୍‌, ନକଲି ନମ୍ବର ପ୍ଲେଟ୍‌ ଓ ୫ଟି ମୋବାଇଲ ଫୋନ୍‌ ଜବତ ହୋଇଥିବା ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ୍‌ ସିଂ ସୂଚନା ଦେଇଛନ୍ତି।
ଡିସିପିଙ୍କ କହିବାନୁଯାୟୀ, ପାଗା ନିକଟ ପୁରୁଷୋମପୁରଠାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ଏକ ଗ୍ରାହକ ସେବା କେନ୍ଦ୍ର ରହିଛି। ସେଠାରେ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ କାମ ହୋଇଥାଏ। ଗତ ମାସ ୪ ତାରିଖରେ ଉପଭୋକ୍ତାମାନେ ଟଙ୍କା ଜମା ଓ ଉଠାଣ ଲାଗି ଠିଆ ହୋଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ହଠାତ୍‌ ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲ୍‌ସରରେ ସେଠାରେ ପହଞ୍ଚତ୍ଥିଲେ। ପରେ ଉଭୟ ହେଲ୍‌ମେଟ୍‌ ଓ ମାସ୍କ ପିନ୍ଧି ଉକ୍ତ କେନ୍ଦ୍ର ଭିତରକୁ ପଶି ଫାଙ୍କା ଗୁଳି ଚାଳନା କରିଥିଲେ। ଏହାପରେ ଉକ୍ତ କେନ୍ଦ୍ରର ପରିଚାଳକ ଅୟସକାନ୍ତ ସାହୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କ୍ୟାସବାକ୍ସରୁ ୧ ଲକ୍ଷ ୨୯ ହଜାର ଟଙ୍କା ଲୁଟି ଚମ୍ପଟ ମାରିଥିଲେ। ଏନେଇ ଅୟସକାନ୍ତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଥାନାଧିକାରୀ ରବୀନ୍ଦ୍ରନାଥ ମେହେର ଏହି ଘଟଣାର ତଦନ୍ତ କରିବା ପାଇଁ ପାଗା ଫାଣ୍ଡି ଅଧିକାରୀ ରୋହିତ କୁମାର ବଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୋଲିସ ଉକ୍ତ କେନ୍ଦ୍ର ଓ ଏହାର ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ତନ୍ମଧ୍ୟରୁ ଏକ ଫୁଟେଜରେ ଲୁଟେରା ଦ୍ୱୟ ବାଇକ ଧରି ଯାଉଥିବାର ଦୃଶ୍ୟ କଏଦ ହୋଇଥିଲା। ମାତ୍ର ଉକ୍ତ ବାଇକ୍‌ରେ ଅନ୍ୟ ଏକ ଗାଡିର ନମ୍ବର ପ୍ଲେଟ ଲାଗିଥିବାରୁ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଫେଲ୍‌ ମାରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ବାବୁଙ୍କୁ ଗିରଫ କରି ପଚରାଉଚରା କରିଥିଲା। ତାଙ୍କ ସୂଚନା ଆଧାରରେ ଗ୍ୟାଙ୍ଗର ଅନ୍ୟ ୩ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଏହି ଘଟଣାରେ ବାବୁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି। ବାବୁଙ୍କ ନାଁରେ ଶରଣକୁଳ, ଏରସମା, ଖୁଣ୍ଟୁଣୀ, ସାଲେପୁର, ବରି, ଟାଙ୍ଗୀ, ଚୌଦ୍ୱାର ଥାନାରେ ୧୦ଟି, ଲିପୁଙ୍କ ନାଁରେ ୭ଟି, ଦୀପୁଙ୍କ ନାଁରେ ୩ଟି ଓ ଚିକୁ ନାଁରେ ଗୋଟିଏ ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri