ରାଜଧାନୀରେ ବ୍ୟାଙ୍କ୍‌ ଲୁଟ୍‌: କର୍ମଚାରୀଙ୍କ ମୁଣ୍ଡରେ ଖେଳନା ବନ୍ଧୁକ ଲଗାଇ ଲୁଟିନେଲେ ୨.୮୦ଲକ୍ଷ

ଭୁବନେଶ୍ୱର,୭ା୯ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବଡ଼ ଧରରଣ ଲୁଟ୍‌ ହୋଇଛି। ଏଥର ଲୁଟେରାମାନେ ବ୍ୟାଙ୍କକୁ ଟାର୍ଗେଟ କରିଛନ୍ତି। କର୍ମଚାରୀଙ୍କ ମୁଣ୍ଡରେ ଖେଳଣା ବନ୍ଧୁକ ଲଗାଇ ୨ଲକ୍ଷ ୮୦ହଜାର ଟଙ୍କା ଲୁଟି ନେଇଛନ୍ତି। ଇନ୍‌ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାରସ୍ଥିତ ଇଣ୍ଡିଆ ଓଭରସିଜ୍‌ ବ୍ୟାଙ୍କ୍‌ରେ ସୋମବାର ଅପରାହ୍ନରେ ଘଟିଛି ଏହି ଘଟଣା। ସବୁଠୁ ବଡ଼ କଥା ହେଲା ଜଣେ ଲୁଟେରା ଏକ ସ୍କୁଟିରେ ଆସି ଏହି କାଣ୍ଡ ଘଟାଇଛନ୍ତି। ଜଣେ ଲୁଟେରା ଏଭଳି କାଣ୍ଡ ଭିଆଇଲେ ମଧ୍ୟ ବ୍ୟାଙ୍କ୍‌ କର୍ମଚାରୀ କିଭଳି କିଛି କରିପାରିବେ ନାହିଁ ବୋଲି ପ୍ରଶ୍ନ ଉଠୁଛି। ଖବର ପାଇ ଇନ୍‌ଫୋସିଟି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଛାନ୍‌ଭିଡ଼୍‌ କରିବା ସହ ବ୍ୟାଙ୍କ୍‌ରେ ଥିବା କର୍ମଚାରୀଙ୍କ ବୟାନ ରେକର୍ଡ କରୁଛି। ଏହାସହ ବ୍ୟାଙ୍କ୍‌ ପରିଚାଳକ ଏନେଇ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

Share