କଟକ ଅଫିସ,୬ା୪: ତ୍ରିଶୁଳିଆ ନିକଟ ଫକୀରପଡ଼ାରେ ଥିବା ଆଇସିଆଇସିଆଇ ବ୍ୟାଙ୍କକୁ ସ୍ପଷ୍ଟ ଦିବାଲୋକରେ ଲୁଟ୍ କରିବାକୁ ଆସି ଲୁଟେରାମାନେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲକର ଚାବି ମାଗିଥିଲେ। ମାତ୍ର ବ୍ୟାଙ୍କର ସାଇରନ ବାଜିବାରୁ ଲୁଟେରାଙ୍କ ଉଦ୍ୟମ ପଣ୍ଡ ହୋଇଥିଲା। ଫଳରେ ସେମାନେ ଘଟଣାସ୍ଥଳରୁ ଛୁ ମାରିଥିଲେ।
ଗୁରୁବାର ପୂର୍ବାହ୍ନରେ ୩ଜଣ ଡକାୟତ ଏକ କଳା ପଲସରରେ ବ୍ୟାଙ୍କ ଭିତରକୁ ଆସିଥିଲେ। ଉପଭୋକ୍ତା ଭାବେ ବ୍ୟାଙ୍କ ଭିତରେ ପଶି ସେଠାରେ ଉପସ୍ଥିତ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇଥିଲେ। ଠିକ୍ ଏହି ସମୟରେ ବ୍ୟାଙ୍କରେ ଥିବା ସାଇରନ ବାଜି ଉଠିଥିଲା। ଡକାୟତମାନେ ଭୟରେ ସେଠାରୁ ଫେରାର ହୋଇଯାଇଥିଲେ।