Categories: ଜାତୀୟ

ବାଙ୍କେ ବିହାରି ମନ୍ଦିରରେ ଦଳାଚକା, ୨ ଶ୍ରଦ୍ଧାଳୁ ମୃତ

ମଥୁରା,୨୦ ।୮: କୃଷ୍ଣ ନଗରୀ ମଥୁରା-ବୃନ୍ଦାବନର ବିଶ୍ୱ ପ୍ରସିଦ୍ଧ ବାଙ୍କେ ବିହାରି ମନ୍ଦିରରେ ଦଳାଚକଟା ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଜନ୍ମାଷ୍ଟମୀରେ ମଙ୍ଗଳ ଆଳତି ସମୟରେ ଏହି ଘଟଣା ହୋଇଛି । ଦଳାଚକଟାରେ ଅନେକ ଆହତ ହୋଇଥିବା ବେଳେ ଏଥିରେ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ମଙ୍ଗଳ ଆଳତି ସକାଳର ପ୍ରଥମ ଆଳତି । ଏହା ପାଖାପାଖି ଭୋର ୩-୪ଟାରେ ହୋଇଥାଏ । ତେଣୁ ଏହି ସମୟରେ ଦଳାଚକଟା ହୋଇଥିବା କୁହାଯାଉଛି । ହେଲେ ଏହାପରେ ସାରା ଦିନ ମନ୍ଦିରରେ ଭିଡ ଲାଗି ରହିଥିଲା ।
ସୂଚନାଯୋଗ୍ୟ, ବାଙ୍କେ ବିହାରି ମନ୍ଦିରରେ ସବୁବେଳେ ଦେଶ-ବିଦେଶର ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥାଏ । ହେଲେ ଜନ୍ମାଷ୍ଟମୀ ଅବସରରେ ଏଠାରେ ଭିଡ ବଢିଯାଇଥାଏ । ଏମିତିକି ଜନ୍ମାଷ୍ଟମୀ ଅବସରରେ ମଥୁରାର ୮୪ କୋଶରେ ଥିବା ସମସ୍ତ ମନ୍ଦିରରେ ଭିଡ ହୋଇଥାଏ । ହେଲେ ବାଙ୍କେ ବିହାରି ମନ୍ଦିରରେ ଜନ୍ମାଷ୍ଟମୀରେ ଦିନଠାରୁ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥାଏ ।

Share