ଘରେ ବସି ପାଇବେ ବ୍ୟାକିଙ୍ଗ୍‌ ସୁବିଧା

ଛତ୍ରପୁର,୩୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପାଇଲଟ ପ୍ରୋଜେକ୍ଟ ଭାବେ ମନିପର୍ସ ଯୋଜନା ଶନିବାର ଆରମ୍ଭ ହୋଇଛି। ମିଶନ ଶକ୍ତିର ସଦସ୍ୟାଙ୍କୁ କ୍ଷମତାପୂର୍ଣ୍ଣ କରିବା ସହ ତାଙ୍କୁ ଆର୍ଥିକ ସ୍ବାଧୀନତା ଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ମହିଳା ସଂଘଗୁଡିକୁ ଏମ୍‌-ପିଓଏସ୍‌ ଡିଭାଇସ ବଣ୍ଟନ କରାଯାଇଛି। ଏହାଦ୍ୱାରା ଲୋକଙ୍କୁ ଘରୁ ବ୍ୟାକିଙ୍ଗ୍‌ ସୁବିଧା ଯୋଗାଇଦେବା ସହ ମହିଳା ସଂଘ ବ୍ୟାଙ୍କକୁ ନ ଆସି ଏହି ଡିଭାଇସ ଦ୍ୱାରା ଋଣ ଅର୍ଥ ପୈଠ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଜିଲାର ୧୦ଟି ବ୍ଲକର ଗୋଟିଏ ଲେଖାଏଁ ମହିଳା ସଂଘକୁ ଏଥିରେ ସାମିଲ କରାଯାଇଛି। ଆଗାମୀ ଦିନରେ ଜିଲାର ସମସ୍ତ ୨୨ ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଡେଭଲପମେଣ୍ଟ ଅଫିସର କିର୍ତ୍ତୀ ଭାସନ ସୂଚନା ଦେଇଛନ୍ତି।

Share