Categories: ବାଣିଜ୍ୟ

ବ୍ୟାଙ୍କମିତ୍ର ତାଲିମ ଶିବିର

ଭୁବନେଶ୍ୱର,୨୮।୯: ଓଡ଼ିଶା ଜୀବିକା ମିଶନ ଓ ରୁଡ୍‌ସେଟର ମିଳିତ ସହଭାଗିତାରେ ଏକ ୬ ଦିନିଆ ବ୍ୟାଙ୍କ ମିତ୍ର ତାଲିମ ଶିବିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ମହିଳା ସଶକ୍ତୀକରଣ ଓ ଆର୍ଥିକ ସାକ୍ଷରତାକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଏଭଳି ଏକ ରାଜ୍ୟସ୍ତରୀୟ ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ବିଭିନ୍ନ ଜିଲାରୁ ୬୦ରୁ ଅଧିକ ବ୍ୟାଙ୍କ ମିତ୍ର ଅଂଶ ଗ୍ରହଣ କରିଥିଲେ।

ଏହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅବସରପ୍ରାପ୍ତ ମୁଖ୍ୟ ପ୍ରବନ୍ଧକ ଓ ଏଲ୍‌ଡିଏମ୍‌ ଦିବାକର ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୁଡ୍‌ସେଟ୍‌ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅରକ୍ଷିତ ଦାସ, ଓଡ଼ିଶା ଜୀବିକା ମିଶନର ଆର୍ଥିକ ଅନ୍ତର୍ଭୁକ୍ତୀକରଣ କକ୍ଷର ଅଧିକାରୀ ପଦ୍ମଲୋଚନ ରାଉତରାୟ, ୟୁନିୟନ ବ୍ୟାଙ୍କର ଅବସରପ୍ରାପ୍ତ ମୁଖ୍ୟ ପ୍ରବନ୍ଧକ ଅମିୟ ପଟ୍ଟନାୟକଙ୍କ ସହ ରୁଡ୍‌ସେଟ୍‌ ପ୍ରତିଷ୍ଠାନର ପ୍ରଶିକ୍ଷକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share