କଏନ୍‌ ନେବାକୁ ମନା କରିପାରିବେନି ବ୍ୟାଙ୍କ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ୫୦ ପଇସାଠାରୁ ଆରମ୍ଭ କରି ୨୦ ଟଙ୍କିଆ କଏନ ଯାଏ କୌଣସି ମୁଦ୍ରା ଅଚଳ ହୋଇନାହିଁ। କୌଣସି ବ୍ୟାଙ୍କ କଏନ୍‌ ନେବାକୁ ମନା କରିପାରିବେ ନାହିଁ। ତେବେ ସାଧାରଣ ଲୋକେ କଏନ୍‌ କାରବାରକୁ ନେଇ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ଦୂର କରିବାକୁ ରାଜ୍ୟର ୩୧୪ ବ୍ଲକ୍‌ରେ କଏନ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ ହେବ। ଏହି ମେଳା ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ୩ ମାସ ପର୍ଯ୍ୟନ୍ତ ଚାଲିବ। ୩ ମାସ ମଧ୍ୟରେ ସବୁ ବ୍ଲକ ମୁଖ୍ୟାଳୟ ଓ ବଜାର ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯିବ। ଲୋକମାନେ କଏନ୍‌ ସହ ମଇଳା ଓ ଚିରାଫଟା ନୋଟ୍‌ ବଦଳାଇପାରିବେ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ସୂଚନା ଦେଇଛନ୍ତି। ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଏହି କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ କେବଳ କଟକ ଭୁବନେଶ୍ୱରରେ ଏହି ମେଳା କରିବା ଦ୍ୱାରା ବ୍ଲକ ସ୍ତରର ଲୋକମାନେ ଉପକୃତ ହୋଇପାରୁ ନାହାନ୍ତି। ତେଣୁ ବ୍ଲକ୍‌ ସ୍ତରରେ ଏହି କାର୍ଯ୍ୟକ୍ରମ କରିବାକୁ ଯୋଜନା ରହିଛି। ମେଳା ଆୟୋଜନ ପୂର୍ବରୁ ସଂପୃକ୍ତ ବ୍ଲକରେ ଏନେଇ ପ୍ରଚାରପ୍ରସାର କରାଯିବ। ତେବେ ଲୋକେ ଅଧିକ ସଚେତନ ହେବା ସହ କୌଣସି ଗୁଜବରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିଭଳି ରାଜ୍ୟର ଯେକୌଣସି ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ। କୌଣସି ବ୍ୟାଙ୍କ ମନା କଲେ ଆର୍‌ବିଆଇ ବ୍ୟାଙ୍କିଙ୍ଗ୍‌ ଅମ୍ବୁଡ୍ସମ୍ୟାନ୍‌ରେ ଗ୍ରାହକ ଅଭିଯୋଗ କରିପାରିବେ। ଏହି ଆଧାରରେ ସଂପୃକ୍ତ ବ୍ୟାଙ୍କ ଶାଖା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ମୁଦ୍ରା ପ୍ରଚଳନ ନେଇ କୌଣସି ଗୁଜବ ସୃଷ୍ଟି ନ କରିବାକୁ ୨୦୧୯ରେ ଆର୍‌ବିଆଇ ଜନସାଧାରଙ୍କୁ କହିଥିଲା। ତେଣୁ ୫୦ ପଇସା, ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ଟଙ୍କିଆ ଓ ୨୦ ଟଙ୍କିଆ ପ୍ରଚଳନରେ କୌଣସି ପ୍ରତିବନ୍ଧକ ନରହିବା ଉଚିତ ବୋଲି ଆର୍‌ବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ମହାନ୍ତି କହିଛନ୍ତି।

ସୂଚନା ଥାଉକି, ୫୦ ପଇସା ମୁଦ୍ରା ପ୍ରଚଳନ ଉପରେ ଆର୍‌ବିଆଇ ପକ୍ଷରୁ କାୈଣସି ରୋକ୍‌ ଲଗାଯାଇନାହିଁ। ମାତ୍ର ଦୀର୍ଘଦିନରୁ ବଜାରରେ ୫୦ ପଇସା ମୁଦ୍ରା ଦେଖିବାକୁ ମିଳୁନାହିଁ। କାରଣ କାହା ପାଖରେ ୫୦ ପଇସା ମୁଦ୍ରା ରହିଥିଲେ ତାହାକୁ କୌଣସି ବ୍ୟବସାୟୀ ଗ୍ରହଣ କରୁନାହାନ୍ତି। ଏପରିକି କେତେକ ବ୍ୟାଙ୍କରେ ଏହାକୁ ଗ୍ରହଣ କରାଯାଉ ନ ଥିବା ନେଇ ଅନେକ ସମୟରେ ଅଭିଯୋଗ ଉଠୁଛି। ସେହିଭଳି ଟଙ୍କିକିଆ ମୁଦ୍ରା ପ୍ରଚଳନରେ ମଧ୍ୟ ସମାନ ସ୍ଥିତି ଉପୁଜୁଛି। ଛୋଟ ଟଙ୍କିକିଆ କଏନ ନେବାକୁ ଅନେକ ବ୍ୟବସାୟୀ ଅନିଚ୍ଛା ପ୍ରକାଶ କରୁଛନ୍ତିି। ଫଳରେ ଏହି ପ୍ରକାର ମୁଦ୍ରାର ବ୍ୟବହାର ଏକପ୍ରକାର ବନ୍ଦ ହୋଇଯାଇଛି। ତେବେ ଏପରି ଟଙ୍କା ପ୍ରଚଳନରେ ଗ୍ରାହକମାନେ ସମସ୍ୟା ଭୋଗୁଥିଲେ ଏହାକୁ ଏକ୍ସଚେଞ୍ଜ ମେଳା ବା ବ୍ୟାଙ୍କରେ ଏକ୍ସଚେଞ୍ଜ କରାଯାଇପାରିବ। ତେବେ ରାଜ୍ୟରେ ୧୦ଟଙ୍କିଆ କଏନ ବ୍ୟବହାର ହେଉଥିଲେ ମଧ୍ୟ ୨୦ ଟଙ୍କିଆ ମୁଦ୍ରା ପ୍ରଚଳନ ବିଶେଷ ଭାବରେ ପରିଲକ୍ଷିତ ହେଉନାହିଁ। ଉକ୍ତ ମୁଦ୍ରାକୁ ମଧ୍ୟ ଜଣେ ଚାହିଁଲେ ବଦଳାଇପାରିବେ। ଅନ୍ୟପଟେ ବର୍ତ୍ତମାନ ୨ ହଜାର ଟଙ୍କିଆ ନୋଟ୍‌ ବଦଳ ଜାରି ରହିଛି। ବ୍ୟକ୍ତିଗତ ଭାବେ ଜଣେ ୫ ଖଣ୍ଡ ନୋଟ୍‌ ବଦଳାଇପାରୁଛନ୍ତି। ମାତ୍ର ପୋଷ୍ଟାଲ ମାଧ୍ୟମରେ ଏହି ସଂଖ୍ୟାକୁ ବଢ଼ାଯାଇଥିବା ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):  ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

The Bird Suicide Valley: ଦୁଷ୍ଟ ଆତ୍ମା ନା ଅନ୍ୟକିଛି, ଏଇ ଗାଁରେ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମର ଜାଟିଙ୍ଗା ନାମକ ଏକ ଛୋଟ ଗାଁରେ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏକ ଅଜଣା ଘଟଣା ଘଟିଥାଏ। ଏହି ସମୟରେ ବିଭିନ୍ନ ପ୍ରଜାତିର...

ଭଞ୍ଜନଗର ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) ଏବଂ ଆମ ରାଜ୍ୟର ଗୋପବନ୍ଧୁ ଜନ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଜଗବନ୍ଧୁ ବାର୍ଲା ଶୁକ୍ରବାର ଜରଡା ଗ୍ରାମର ପୀତବାସ ସେଠୀଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image