ନୂଆଖାଇରେ ବନ୍ଦ ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର,୨୯।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ହେଉଛି ନୂଆଖାଇ। ଚଳିତ ବର୍ଷ ସେପ୍ଟେମ୍ବର ୧ରେ ନୂଆଖାଇ ପର୍ବ ପାଳନ ହେବ। ଏ ଅବସରରେ ସେପ୍ଟେମ୍ବର ୧ରେ ରାଜ୍ୟରେ ବ୍ୟାଙ୍କ୍‌ ଏବଂ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖାଯିବାକୁ ସରକାର ସୋମବାର ଘୋଷଣା କରିଛନ୍ତି। ଏ ନେଇ ରାଜସ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନ ପକ୍ଷରୁ ୩ଦିନ ଛୁଟି ଘୋଷଣା କରିବାକୁ ଦାବି ହୋଇଛି।

Share