ଭୁବନେଶ୍ୱର,୨୭।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ବିଭିନ୍ନ କଟକଣା ଜାରି କରିଛନ୍ତି। ଏହାସତ୍ତ୍ୱେ ଭାରତର ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗାଇଡ୍ଲାଇନ ଅନୁସାରେ ବ୍ୟାଙ୍କଗୁଡ଼ିକ ସ୍ବଳ୍ପ ସମୟ ପାଇଁ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛନ୍ତି। ଇତିମଧ୍ୟରେ ଆସନ୍ତା ଜୁଲାଇରେ ସାରା ଦେଶର ବ୍ୟାଙ୍କଗୁଡ଼ିକ ୧୫ ଦିନ ବନ୍ଦ ରହିବ ବୋଲି ଆର୍ବିଆଇର କ୍ୟାଲେଣ୍ଡରରୁ ଜଣାପଡ଼ିଛି।
ସୂଚନାନୁସାରେ ମାସର ୩୧ ଦିନ ମଧ୍ୟରୁ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଅବଶିଷ୍ଟ ଦିନଗୁଡ଼ିକରେ ଗ୍ରାହକମାନେ ନିଜ ନିଜ କାର୍ଯ୍ୟ କରାଇ ନେବାକୁ ଏଥିରେ ପରାମର୍ଶ ଦିଆଯାଇଛି। ବ୍ୟାଙ୍କର ଅନ୍ଲାଇନ କାର୍ଯ୍ୟ ଜାରି ରହିବ। ହେଲେ ଅଫ୍ଲାଇନ (ବ୍ୟାଙ୍କ କାର୍ଯ୍ୟାଳୟ) ଜରିଆରେ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି। ବିଶେଷକରି ଜୁଲାଇ ୪, ୧୧, ୧୮, ଓ ୨୫ ତାରିଖ ରବିବାର ପଡ଼ୁଥିବାବେଳେ ୧୦ ଦ୍ୱିତୀୟ ଶନିବାର ଏବଂ ୨୪ ତାରିଖରେ ଚତୁର୍ଥ ଶନିବାର ପଡ଼ୁଛି। ଏହାବାଦ୍ ଇଦ୍-ଇୁଲ-ଜୁହା ଏବଂ ରଥଯାତ୍ରା ଭଳି ପ୍ରମୁଖ ପର୍ବ ପଡ଼ୁଥିବାରୁ ସବୁକୁ ମିଶାଇ ୧୫ ଦିନ ବ୍ୟାଙ୍କ ଛୁଟି ରହିବ।