Categories: ବାଣିଜ୍ୟ

ଅକ୍ଟୋବରର ଅବଶିଷ୍ଟ ୧୧ ଦିନ ମଧ୍ୟରୁ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୦।୧୦: ଉତ୍ସବର ଋତୁ ଆରମ୍ଭ ହୋଇଛି। ଏହି ଅବସରରେ ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ଦିନରେ ବ୍ୟାଙ୍କ ଛୁଟି ଅଛି। ଦୁର୍ଗା ପୂଜାରେ କିଛି ରାଜ୍ୟରେ ୨୫, ୨୬ ଏବଂ ୨୭ ଅକ୍ଟୋବର ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ବନ୍ଦ ରହିବ।

ଆରବିଆଇ ଦ୍ୱାରା ପ୍ରକାଶିତ ବ୍ୟାଙ୍କ ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ୨୩ ଓ ୨୪ ଅକ୍ଟୋବରରେ ଦଶହରା ଛୁଟି । ଏହା ବ୍ୟତୀତ ଅକ୍ଟୋବରର ଅବଶିଷ୍ଟ ଦଶ ଦିନରେ ଲକ୍ଷ୍ମୀ ପୂଜା ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀରେ ବ୍ୟାଙ୍କଗୁଡିକ ମଧ୍ୟ ବନ୍ଦ ରହିବ। ଆସନ୍ତୁ ଜାଣିବା ଅକ୍ଟୋବର ମାସରେ ଶନିବାର ଏବଂ ରବିବାର ବ୍ୟତୀତ କେଉଁ ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ। ଅକ୍ଟୋବରର ଅବଶିଷ୍ଟ ୧୧ ଦିନରେ (ଅକ୍ଟୋବର ୨୧ ରୁ ୩୧ମଧ୍ୟରେ) ବ୍ୟାଙ୍କଗୁଡିକ ଆଠ ଦିନ ବନ୍ଦ ରହିବ ।

Share