ଦୀପାବଳିରେ ଫୁଟିବନି ବାଣ: ବଦଳରେ ଲୋକଙ୍କ ଅଜବ ଯୋଗାଡ଼, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ଯୋଗୁ ଭାରତର କେତେକ ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି। ଏଥିସହିତ ଏହାର ବିକ୍ରିବଟା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ରାଜସ୍ଥାନ, ଦିଲ୍ଲୀ, ଓଡ଼ିଶା, ସିକିମ୍‌, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ବାଣ ପ୍ରତି କଟକଣା ଲାଗୁ ହୋଇଛି। କୌଣସି ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କଲେ ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର କିଛି ଲୋକ ଦୀପାବଳିକୁ କିପରି ପାଳନ କରିବେ ସେନେଇ ଏହାର ବିକଳ୍ପ ମଧ୍ୟ ବାଛିଛନ୍ତି। ଲୋକେ ଏକ ଅଜବ ପଦ୍ଧତି ଆପଣାଇଛନ୍ତି। ଯାହାକି ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଯାହାକୁ ଦେଖି ହସିହସି ଗଡ଼ିଯିବେ।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି କିଛି ବେଲୁନ୍‌କୁ ଏକାଠି କରେ ଏହାର ସୂତାରେ ନିଆଁ ଲଗାଇ ଦେଉଛନ୍ତି। ନିଆଁ ବେଲୁନରେ ଲାଗିବା ପରେ ଏହା ବାଣଠାରୁ ମଧ୍ୟ ଜୋର୍‌ରେ ଶବ୍ଦ କରୁଛି। ଜଣେ ୟୁଜର ଫେସ୍‌ବୁକରେ ଭିଡିଓଟିକୁ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ‘ବାଣ ବ୍ୟାନ୍‌ ହେବା ପରେ ନୂଆ ଆବିଷ୍କାର’।

Share