ପ୍ରଥମଥର ପାଇଁ ଚାଇନାରେ ଲାଗିଲା ଜିନପିଙ୍ଗଙ୍କୁ ହଟାଇବା ପୋଷ୍ଟର

ବେଜିଂ,୧୪।୧୦: ଚାଇନାରେ ବର୍ତ୍ତମାନର ସରକାର ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମଥର ପାଇଁ ବେଜିଂର ଦୋକାନ ବାହାରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ହଟାଇବା ପୋଷ୍ଟର ଲାଗିଛି।
ଚାଇନା ରାଜଧାନୀ ବେଜିଂ ରାସ୍ତାରେ ଏହି ବ୍ୟାନରଗୁଡିକର ଲାଗିଛି। ଯାହାର ଫଟୋ ଏବଂ ଭିଡିଓ ଟୁଇଟରରେ ଭାଇରାଲ ହେବାରେ ଲାଗିଛି। ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି ସମ୍ମିଳନୀ ଆୟୋଜନ ପୂର୍ବରୁ ଜିନପିଙ୍ଗଙ୍କ ବିରୋଧରେ ଏପରି ଜନ ଅସନ୍ତୋଷ ସାମ୍ନାକୁ ଆସିଛି।
ଲଗାଯାଇଥିବା ବ୍ୟାନରରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଅଫିସରୁ ହଟାଇବା ଏବଂ କଠୋର କରୋନା ପ୍ରତିବନ୍ଧକକୁ ସମାପ୍ତ କରିବାକୁ ଦାବି କରାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ବ୍ୟାନରଗୁଡିକ ବେଜିଂର ଉତ୍ତର-ପଶ୍ଚିମ ହାଡିଆନ ଜିଲାରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

Share