ହରିଦ୍ୱାର,୨୯।୧୧: କାର୍ତ୍ତିକ ପୂର୍ଣ୍ଣମାରେ ହରିଦ୍ୱାରରେ ଗଙ୍ଗା ବୁଡ଼କୁ ଉତ୍ତରାଖଣ୍ଡ ସରକାର ମନା କରିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ମାର୍ଗଦର୍ଶିକା ଅନୁସାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟ ସୀମାକୁ ସିଲ୍ କରାଯାଇଛି। ରାଜ୍ୟ ପୋଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ହରିଦ୍ୱାର ଏସ୍ପି ସେନ୍ଥିଲ୍ ଅବୁଦାଇ କ୍ରିଷ୍ଣରାଜ୍ ଏସ୍ ରବିବାର ସୂଚନା ଦେଇଛନ୍ତି।