ବେସରକାରୀ ଶିକ୍ଷକଙ୍କୁ ଅନ୍‌ଲାଇନ୍‌ କ୍ଲାସ ନେବାକୁ ବାରଣ

ବେଜିଂ,୮ା୯: ଚାଇନା ବୁଧବାର ବେସରକାରୀ ଶିକ୍ଷକମାନଙ୍କୁ ଅନଲାଇନ କ୍ଲାସ ନେବାକୁ ବାରଣ କରିଛି। ଆବାସିକ କୋଠା, ହୋଟେଲ ଏବଂ କଫି ଦୋକାନ ପରି ପଞ୍ଜୀକୃତ ହୋଇ ନ ଥିବା ସ୍ଥାନରେ କ୍ଲାସ ନେବା ଉପରେ ଏକ ନିଷେଧାଦେଶ ଜାରି କରିଛି। ସମସ୍ତ ଲାଭଜନକ ପାଠ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦେଶ ଉଦ୍ୟମ ଜାରି ରଖିଛି।

କରୋନା ମହାମାରୀ ଯୋଗୁ ଅନ୍‌ଲାଇନ ମାଧ୍ୟମରେ ଶିକ୍ଷାଦାନ ଚାଲିଛି। ଯେଉଁଥିରେ ବେସରକାରୀ ଶିକ୍ଷକମାନେ ମଧ୍ୟ ସେମାନଙ୍କ କ୍ଲାସ ଅନ୍‌ଲାଇନ୍‌ରେ ଚଳାଉଥିଲେ। ପ୍ରଶାସନ ଚଳିତ ବର୍ଷ ପିଲା ଏବଂ ମାତାପିତାଙ୍କ ଉପରେ ଚାପ ହ୍ରାସ କରିବା ପାଇଁ ବିଦ୍ୟାଳୟ ପାଠ୍ୟକ୍ରମ ବିଷୟଗୁଡ଼ିକରେ ଲାଭଜନକ ଶିକ୍ଷାଦାନ ଉପରେ ଏପରି ପ୍ରତିବନ୍ଧକ ଲଗାଇଛନ୍ତି।

Share