ବଂଶଧାରା ଜଳ ବିବାଦ: ଦୀପାବଳି ପରେ ଚୂଡ଼ାନ୍ତ ଶୁଣାଣି…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୯: ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜାରି ରହିଥିବା ବଂଶଧାରା ଜଳ ବିବାଦ ମାମଲାରେ ଶନିବାର ସୁପ୍ରିମ୍‌କୋର୍ଟ ସ୍ବତନ୍ତ୍ର ଲିଭ୍‌ ପିଟିଶନ ଜାରି କରିଛନ୍ତି। ୨୦୧୭ ସେପ୍ଟେମ୍ବର ୧୩ରେ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ପକ୍ଷରୁ ପ୍ରଦାନ କରାଯାଇଥିବା ରାୟରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନେରେଡ଼ି ବ୍ୟାରେଜ ନିର୍ମାଣ ଲାଗି ଅନୁମତି ପ୍ରଦାନ କରାଯାଇଥିଲା।

ତେବେ ଏହାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଲ ସୁବ୍ରମଣ୍ୟମ୍‌ ଟିବ୍ୟୁନାଲ ଦ୍ୱାରା ଜାରି ହୋଇଥିବା ତଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ।

ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଖଣ୍ଡପୀଠ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ଦୀପାବଳି ଛୁଟି ପରେ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି।

Share