ବିଜେଡିରୁ ଆସିଥିବା ଏହି ନେତାଙ୍କୁ ଟିକେଟ୍‌ ଦେଲା ଭାଜପା, ବାଦ୍‌ ପଡିଲେ ପୁରୁଣା ନେତା

ଭୁବନେଶ୍ୱର,୨।୪: ଭାଜପା ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଭାଜପା । ବଡ କଥା ହେଉଛି ବିଜେଡ଼ିରୁ ଆସିଥିବା ପ୍ରାୟ ୮ ଜଣଙ୍କୁ ବିଜେଡ଼ି ଟିକେଟ୍‌ ଦେଇଛି । ଏମାନଙ୍କ ଉପରେ ଭରସା କରିଛି ରାଜ୍ୟ ଭାଜପା । ବିଜେଡ଼ିରୁ ଦଳ ଡିଆଁ ପରେ ଭାଜପାରେ ଟିକେଟ ମିଳିବା ନେଇ ଜୋରଦାର ଆଲୋଚନା ହେଉଥିଲା । ଏହାରି ଭିତରେ ନାମ ଘୋଷଣା ପରେ ସ୍ଥାନୀୟ ବିଧାନସଭା କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି ।

ତେବେ ଏହି ନେତା ପୂର୍ବ ନିର୍ବାଚନରେ ବିଜେଡ଼ିରୁ ଟିକେଟ ପାଇ ନିର୍ବାଚନ ଲଢିଥିଲେ । ବର୍ତ୍ତମାନ ଦଳ ଡିଆଁ ପରେ ଭାଜପାରୁ ନିର୍ବାଚନ ଲଢିବେ । ଏହି କ୍ରମରେ ସିନେ ଷ୍ଟାର ଆକାଶ ଦାସ ପୂର୍ବରୁ ବିଜେଡିରୁ କୋରେଇରେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ଚଳିତ ବର୍ଷ ଭାଜପା ଟିକେଟରେ ମଇଦାନକୁ ଓହ୍ଲାଇବେ । ସେହିପରି ବିଜେଡ଼ିରୁ ଏମପି ଭାବେ ନିର୍ବାଚନକୁ ଆସିଥିବା ସିଦ୍ଧାନ୍ତ ମହାପାତ୍ର ଚଳିତ ବର୍ଷ ଭାଜପାରୁ ନିର୍ବାଚନ ଲଢିବେ । ଏଥିସହ ଅନ୍ୟମାନେ ହେଲେ…

ଅରବିନ୍ଦ ଢ଼ାଲିଙ୍କୁ ଜୟଦେବରୁ ଟିକେଟ୍‌ ମିଳିଥିବାବେଳେ ଆକାଶ ଦାସ ନାୟକଙ୍କୁ କୋରେଇ, ରାଜେନ୍ଦ୍ର ଦାସ ସୋର, ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡି, ପ୍ରିୟଦର୍ଶୀ ମିଶ୍ରଙ୍କୁ ଉତ୍ତର ଭୁବନେଶର। ସେହିପରି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଖଲ୍ଲିକୋଟ, ରଘୁରାମ ମାଛଙ୍କୁ କୋରାପୁଟ ଓ ତ୍ରିନାଥ ଗମାଙ୍ଗଙ୍କୁ ଗୁଣୁପୁରରୁ ମଇଦାନକୁ ଓହ୍ଲାଇଛି ଭାଜପା।

Share