ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଥିଲା ବାପି ଲାହିରିଙ୍କ ପୁରୁଣା ସମ୍ପର୍କ

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ମାତ୍ର ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଶେଷରେ ଆଖି ବୁଜିଛନ୍ତି। ବଲିଉଡରେ ‘ଡିସ୍କୋ କିଙ୍ଗ’ ଭାବେ ପରିଚିତ ଥିଲେ ବାପି ଲାହିରି। ୮୦ ଏବଂ ୯୦ ଦଶରେ ସେ ବଲିଉଡରେ ରାଜ କରିଥିଲେ। ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର ଭଳି ଅନେକ ସୁପରହିଟ ଫିଲ୍ମରେ ସେ ମ୍ୟୁଜିକ କମ୍ପୋଜ କରିଛନ୍ତି। କେବଳ ବଲିଉଡ ନୁହେଁ, ଓଲିଉଡ୍‌ ସହ ମଧ୍ୟ ସମ୍ପର୍କ ରହିଛି। ସେ କେବଳ ଓଡ଼ିଆ ଗୀତ ଗାଇ ନାହାନ୍ତି, ଫିଲ୍ମ ପାଇଁ ଗୀତ କମ୍ପୋଜ ମଧ୍ୟ କରିଛନ୍ତି। ଓଡ଼ିଆ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସହ ‘ମୋ ଦୁନିଆ ତୁ ହି ତୁ’ ଫିଲ୍ମର ଟାଇଟଲ ଟ୍ରାକ ଗାଇଥିଲେ ବାପି ଲାହିରି। ଏହାପୂର୍ବରୁ ସେ ୮୦ ଦଶକର ଓ ଫିଲ୍ମ ‘ମିଛ ମାୟା ସଂସାର’ରେ ମଧ୍ୟ ଗୀତ କମ୍ପୋଜ ମଧ୍ୟ କରିଛନ୍ତି। ଏହି ଫିଲ୍ମର ପାଞ୍ଚଟି ଗୀତ ମଧ୍ୟରୁ ଦୁଇଟି ଗୀତ ‘ଏ କେଉଁ ସହର, କେମିତି ସହର, ବାୟା ମନ..’କୁ ବାପି ଲାହିରି କମ୍ପୋଜ କରିଥିଲେ।

Share