ପ୍ରବଳ ସୁନା ପିନ୍ଧନ୍ତି ବଲିଉଡ୍‌ର ଏହି ପ୍ରସିଦ୍ଧ ଗାୟକ, କାରଣ ଜାଣିଲେ ହେବେ ଚକିତ

ବଲିଉଡରେ ଗାୟକ ତଥା କମ୍ପୋଜର ବାପି ଲହରୀ ଦୀର୍ଘ ଦିନ ହେବ କାମ କରୁଛନ୍ତି। ୫୦୦ରୁ ଅଧିକ ଗୀତ ରଚନା କରିଥିବା ବାପି ଜଣେ କିମ୍ବଦନ୍ତୀ ଗାୟକ ଭାବେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ପପ ମ୍ୟୁଜିକକୁ ବଲିଉଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିବାର ଶ୍ରେୟ ମଧ୍ୟ ବାପି ଲହରୀକୁ ଯାଇଥାଏ। ୮୦ ଦଶକରେ ତାଙ୍କର ଗୀତ ହେଉ କିମ୍ବା ନିକଟରେ ଗାଇଥିବା କୌଣସି ଗୀତ ହେଉ, ତାଙ୍କର ଅନନ୍ୟ ଶୈଳୀ ସର୍ବଦା ଦର୍ଶକଙ୍କୁ ପସନ୍ଦ ଆସିଥାଏ।କିନ୍ତୁ ବାପି ଲହରୀ କେବଳ ଗୀତ ଯୋଗୁ ନୁହେଁ, ସୁନା ପାଇଁ ମଧ୍ୟ ପ୍ରସିଦ୍ଧି। ସେ ସବୁବେଳେ ପ୍ରବଳ ସୁନା ପିନ୍ଧିଥାନ୍ତି। ତେବେ ସେ ଏତେ ସୁନା କାହିଁକି ପିନ୍ଧିଥାନ୍ତି ସେନେଇ ପ୍ରଶ୍ନ ଉଠେ। ଏକ ସାକ୍ଷାତକାରରେ ବାପି ଲାହିରି ନିଜେ ଏହି କଥା ପ୍ରକାଶ କରିଥିଲେ। ହଲିଉଡର କଳାକାର ପାଇଁ ସେ ସୁନା ପିନ୍ଧିବା ଆରମ୍ଭ କରିଥିଲେ। କହିଥିଲେ- ମୁଁ ହଲିଉଡର କଳାକାର ଏଲଭିସ ପ୍ରେସଲିଙ୍କୁ ବହୁତ ପସନ୍ଦ କରୁଥିଲି। ସେ ସବୁବେଳେ ସୁନା ଚେନ ପିନ୍ଧୁଥିଲେ। ତାଙ୍କ ଶୈଳୀରେ ମୁଁ ପ୍ରଭାବିତ ହୋଇଥିଲ। ତାଙ୍କୁ ଦେଖି ବାପି ନିଷ୍ପତ୍ତି ନେଇଥିଲେ ଯେ ସେ ଅଧିକ ସୁନା ପିନ୍ଧିଲେ ସଫଳ ହେବେ। ସେବେଠୁ ସେ ସୁନା ପିନ୍ଧିବା ଆରମ୍ଭ କଲେ। ୨୦୧୪ରେ ବାପି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେତେବେଳେ ସେ ଏ ବିଷୟରେ ସୂଚନା ଦେଇଥିଲେ। ସେହି ସୂଚନା ଅନୁଯାୟୀ, ବାପି ୭୫୪ ଗ୍ରାମ ସୁନା ଏବଂ ୪.୬୨ ଗ୍ରାମ ରୂପା ରଖିଛନ୍ତି।

Share