ଇଣ୍ଡିଆନ୍‌ ଆଇଡଲ୍‌ର ପ୍ରତିଯୋଗୀଙ୍କୁ ସୁନା ଚେନ୍‌ ଦେଲେ ବାପି ଲାହିରୀ , ଜାଣନ୍ତୁ କାହିଁକି…

ସିଙ୍ଗିଂ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ’ ର ୧୨ତମ ସିଜିନ୍‌ରେ ଖୁବ୍‌ ଶୀଘ୍ର କିଶୋର କୁମାରଙ୍କ ପୁଅ ଅମିତ କୁମାର ଏବଂ ବାପ୍ପି ଲାହିରୀଙ୍କୁ ଗେଷ୍ଟ ଜଜ୍‌ ରୂପେ ଦେଖିବାକୁ ମିଳିବ। ଏହି ଏପିସୋଡ଼ରେ ବାପ୍ପି ଏକ ସର୍ତ୍ତ ରଖିଛନ୍ତି। ତାଙ୍କ ସର୍ତ୍ତ ଅନୁଯାୟୀ, ଯେଉଁ ପ୍ରତିଯୋଗୀ ଭଲ ପରଫର୍ମ କରିବେ ତାଙ୍କୁ ଗୋଟିଏ ସୁନା ଚେନ୍‌ ଦିଆଯିବ। ବାପ୍ପିଙ୍କ ମୁହଁରୁ ଏହା ଶୁଣିବା ପରେ ଭଲ ପରଫର୍ମ କରିବା ପାଇଁ ପ୍ରତିଯୋଗୀମାନେ କଠିନ ପରିଶ୍ରମ କରିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ରିପୋର୍ଟ ଅନୁଯାୟୀ, ଏହି ପ୍ରତିଯୋଗିତାକୁ ଉତ୍ତରାଖଣ୍ଡର ପବନଦୀପ ରାଜନ ଜିତିଛନ୍ତି। ବାପ୍ପି ତାଙ୍କୁ ସୁନାର ଏକ ଚେନ୍‌ ମଧ୍ୟ ଦେଇଛନ୍ତି। ଏହି ଅବସରରେ ପବନଦୀପ ତେରା ଇନ୍ତଜାର୍‌ ଆଜ୍‌ ଭି ହୈ… ଗୀତ ଗାଇଥିଲେ। ଏଥିସହ ସେ ପିଆନୋ ମଧ୍ୟ ବଜାଇଥିଲେ। ତାଙ୍କ ଗୀତରେ ଖୁସି ହୋଇ ବାପ୍ପି ସୁନା ଚେନ୍‌ ଦେବା ସହିତ ନିଜ ସହ ଗୀତ ଗାଇବାର ସୁଯୋଗ ମଧ୍ୟ ଦେଇଛନ୍ତି।
ସେହିପରି ହିମେଶ ରେଶମିୟା ପବନଦୀପଙ୍କ ଗୀତରେ ଖୁସି ହୋଇ ତାଙ୍କୁ ୧୦ଟି ଗୀତ ଅଫର କରିଛନ୍ତି।

Share