ସ୍ବର ହରାଇବା ଖବରକୁ ଖଣ୍ଡନ କଲେ ଏହି ଲୋକପ୍ରିୟ ଗାୟକ, ମିଥ୍ୟା ତଥ୍ୟ ଦେବାକୁ ନେଇ…

ବମ୍ବେ: ଚର୍ଚ୍ଚାରେ ଲୋକପ୍ରିୟ ଗାୟକ ବାପି ଲେହିରି। ଗତ କିଛି ଦିନ ଧରି ଅସୁସ୍ଥ ଥିବା ସହ ସେ ନିଜର ସ୍ବର ହରାଇଥିବା କୁହାଯାଉଥିଲା। ୬୮ ବର୍ଷୀୟ ଗାୟକଙ୍କ ପ୍ରଶଂସକ ଏଭଳି ଖବର ଶୁଣି ମର୍ମାହତ ହୋଇଥିଲେ। କିଛି ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ହେଲେ ଏବେ ନିଜେ ଗାୟକ ସବୁକିଛି ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି।

ଗଣମାଧ୍ୟମରେ ନିଜ ବିଷୟରେ ଏବଂ ସ୍ବାସ୍ଥ୍ୟକୁ ନେଇ ମିଥ୍ୟା ଖବର ଦେଖାଯାଉଛି। ଏହା ମୋତେ ବ୍ୟଥିତ କରିଛି। ହେଲେ ଶୁଭେଚ୍ଛୁମାନଙ୍କ ପାଇଁ ମୁଁ ସୁସ୍ଥ ଅଛି ବୋଲି ନିଜର ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ବାପି ଲେଖିଛନ୍ତି। ଏହା ଦେଖି ପ୍ରଶଂସକମାନେ ଖୁସିବ୍ୟକ୍ତ କରିଛନ୍ତି। ଅନେକ ଖରାପ ରିପୋର୍ଟିଂକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତେବେ ପିଲାଟିଦିନରୁ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ ବାପି। ସେ ତିନି ବର୍ଷ ବୟସରେ ତବଲା ବଜାଇବା ଆରମ୍ଭ କରିଥିଲେ। କିଶୋର କୁମାର ତାଙ୍କର ମାମୁଁ ଥିଲେ। ସେ ହିଁ ବାପିଙ୍କୁ ସଙ୍ଗୀତ ଜଗତକୁ ଆଣିଥିଲେ। ସେ ୧୯ ବର୍ଷ ବୟସରେ କୋଲକାତାରୁ ମୁମ୍ବାଇ ଚାଲି ଆସିଥିଲେ। ବଲିଉଡ୍‌ ଗୀତରେ ପପ୍‌ର ତଡ୍‌କା ଦେଇ ସେ ଭାରତୀୟ ଦର୍ଶକଙ୍କୁ ନୂଆ ସ୍ବାଦ ପ୍ରଦାନ କରିଥିଲେ।

Share