ଖାଇବା ପାଇଁ ‘ଜିମି ଜିମି ଆଜା ଆଜା’ ଗୀତ ଗାଉଛନ୍ତି ଚାଇନାବାସୀ

ବେଜିଂ,୧।୧୧: କରୋନା ବିରୋଧରେ ଲାଗୁ ହେଇଥିବା ଜିରୋ କୋଭିଡ ନୀତିକୁ ବିରୋଧ କରୁଛନ୍ତି ଚାଇନାବାସୀ। ବିଶେଷ କଥା ହେଉଛି ଏହି ସମୟରେ ଭେଟେରାନ ଭାରତୀୟ ଗାୟକ ବାପି ଲାହରୀଙ୍କ ପପୁଲାର ଗୀତ ‘ଜିମି ଜିମି ଆଜା ଆଜା’ର ଗୀତ ଶୁଣିବାକୁ ମିଳୁଛି। ଏହି ଗୀତ ହେଉଛି ୧୯୮୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଡିସ୍କୋ ଡାନ୍ସର୍‌’ର। ବର୍ତ୍ତମାନ ଚାଇନା ଲୋକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଲୋକମାନେ ଖାଲି ବାସନକୁସନ ଦେଖାଇ ଜିମି ଜିମି ଆଜା ଆଜା ଗୀତ ଗାଉଛନ୍ତି। ଏହା ମାଧ୍ୟମରେ ଲୋକମାନେ କହିବାକୁ ଚେଷ୍ଟା କରୁଛନ୍ତି ଯେ, ଲକ୍‌ଡାଉନ ସମୟରେ ଖାଦ୍ୟ ଅଭାବର ସ୍ଥିତି କେତେ ଖରାପ ରହିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଚାଇନାର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଦୁଇନ୍‌’ରେ ବାପି ଦା’ଙ୍କ ଏହି ଗୀତକୁ ମାଣ୍ଡାରିନ୍‌ ଭାଷାରେ ପାର୍ବତୀ ଖାନ୍‌ ଗାଇଛନ୍ତି। ଯଦି ‘ଜି ମି, ଜି ମି’ ଶବ୍ଦକୁ ଅନୁବାଦ କରାଯାଏ ତେବେ ଏହାର ଅର୍ଥ ଅହେଉଛି ‘ମୋତେ ଚାଉଳ ଦିଅ, ଚାଉଳ ଦିଅ’। ସୂଚନା ମୁତାବକ, ଚାଇନାରେ ଗୋଟିଏ କରୋନା ପଜିଟିଭ ମାମଲା ରିପୋର୍ଟ ଚିହ୍ନଟ ହେବା ପରେ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ସହରରେ କରୋନା କଟକଣାକୁ ଆହୁରି କଡ଼ା କରାଯାଇଛି।

Share