
ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା କୋର୍ଟ ପରିସରରେ ଖୋର୍ଦ୍ଧା ଜିଲା ଓକିଲ ସଂଘର ମତାମତ ଚାଲିଛି। ୩୬୧ ମତଦାତା ରହିଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ୫୦% ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ବିଜୟ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ଶନିବାର କୋର୍ଟ ପାଠାଗାର ପରିସର ସକାଳ ୭ଟାଠାରୁ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ।
ସଭାପତି ପଦବୀରେ ବିଜୟ କୁମାର ସାମନ୍ତସିଂହାର ଓ ଜୀବନଜ୍ୟୋତି ମିଶ୍ରଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଉପସଭାପତି ପଦବୀରେ ଲିଙ୍ଗରାଜ ସାହୁ(ଏ) ଓ ପ୍ରଦୀପ୍ତ କୁମାର ରାମ, ସମ୍ପାଦକ ପଦବୀରେ କ୍ଷିୀରୋଦ ମୋହନ ସାହୁ ଓ ଲିଙ୍ଗରାଜ ସାହୁ(ବି) ରହିଛନ୍ତି। କୋଷାଧ୍ୟକ୍ଷ ପାଇଁ ରିତେଶ କୁମାର ସାହୁ ଓ ବସନ୍ତ କୁମାର ଭଞ୍ଜଙ୍କ ମଧ୍ୟରେ ଟକ୍କର ହେଉଛି। ଯୁଗ୍ମ ସମ୍ପାଦକ ପଦବୀରେ ବଳରାମ ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ସିନିୟର ଏକ୍ଜିକ୍ୟୁଟିଭ୍ ଭାବେ ବୀରେନ୍ଦ୍ର କୁମାର ପ୍ରହରାଜ, ଲୋତକବିନ୍ଦୁ ପଟ୍ଟନାୟକ, ମନୋରଞ୍ଜନ ପଣ୍ଡା, ପ୍ରଦୀପ କୁମାର ଦଳାଇ ଓ ବିକ୍ରମ ଛୁଆଳସିଂହ ଏବଂ ମହିଳା ସଦସ୍ୟା ଭାବେ ମୋନୋଲିସା ମିଶ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ଜୁନିଅର ବିଭାଗର ୪ ପଦବୀରେ କେହି ନିର୍ବାଚନ ଲଢୁ ନ ଥିବା ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ଏହି ପଦବୀ ପୂରଣ କରାଯିବ ବୋଲି କୁହାଯାଇଛି।