କାଲିଫର୍ନିଆର ବାର୍‌ରେ ଗୁଳିକାଣ୍ଡ: ୫ ମୃତ, ୬ ଆହତ…

ଓ୍ବାଶିଂଟନ,୨୪।୮ : ଆମେରିକାର କାଲିଫର୍ନିଆର ଓରେଞ୍ଜ କାଉଣ୍ଟିରେ ବାଇକରର୍ସ ବାରରେ ଗୁଳିକାଣ୍ଡ ଘଟିଛି। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ସିବିଏସଇ ଲସ ଆଞ୍ଜେଲସ ସୂତ୍ରରୁ ପ୍ରକାଶ। ରିପୋର୍ଟରେ କୁହାଯାଇଛି ଜଣେ ଅବସରପ୍ରାପ୍ତ ଆଇନଜୀବୀ ବାରରେ ଗୁଳି ଚଳାଇବା ଯୋଗୁ ଏଭଳି ଘଟିଛି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଓରେଞ୍ଜ କାଉଣ୍ଟି ଶେରିଫ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଶେରିଫଙ୍କ କାର୍ଯ୍ୟାଳୟ ଆଉ କୌଣସି ବିବରଣୀ ଦେଇନାହିଁ ଏବଂ ରଏଟର୍ସ ମଧ୍ୟ ଏନେଇ ତୁରନ୍ତ ପ୍ରତିକ୍ରିୟା ଦେଇନାହିଁ।

ସିବିଏସ ରିପୋର୍ଟରେ କୁହାଯାଇଛି ଟ୍ରାବୁକୋ କ୍ୟାନିୟନ କୁକ କର୍ନର ନାମକ ଏକ ବାଇକରର୍ସ ବାର ନିକଟରେ ଏହି ଗୁଳିକାଣ୍ଡ ହୋଇଥିଲା। ଫଳରେ ଏକ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା।

ଏଥିରେ କେକାଲ ନ୍ୟୁଜ ସୂତ୍ରରୁ ପ୍ରକାଶ ସୁଟରଙ୍କୁ ଡେପୁଟି ଗୁଳି ଚଳାଇଥିଲା କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ଜଣା ପଡି ନାହିଁ।

କାଲିଫର୍ନିଆ ରାଜ୍ୟପାଳଙ୍କ କାର୍ଯ୍ୟାଳୟ କହିଛି ଓରେଞ୍ଜ କାଉଣ୍ଟିରେ ହୋଇଥିବା ଏହି ଘଟଣା ଉପରେ ନଜର ରଖାଯାଇଛି।

Share