କୁଆଁରମୁଣ୍ଡା,୧।୧୦(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଚେକ୍ଗେଟ୍ ନିକଟରେ ବରା ଓ ସାଇକେଲ ଦୋକାନୀଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଏନେଇ ସାଇକେଲ ଦୋକାନୀ ରାଫେଲ ମିଞ୍ଜଭ୍କଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଉକ୍ତ ମାରପିଟ୍ ଘଟଣାରେ ବରା ଦୋକାନୀ ସୁରେଶ ସାଇକେଲ ଦୋକାନୀ ରାଫେଲଙ୍କ ମୁଣ୍ଡକୁ ଏକ ଲୁହା ଛଡ଼ରେ ଆଘାତ କରିବାରୁ ତାଙ୍କର ଅବସ୍ଥା ଗୁରୁତର ହୋଇଥିବା ବେଳେ ସେ ଏବେ ରାଉରକେଲାର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ତାଙ୍କ ପରିବାର ପକ୍ଷରୁ ଏତଲାରେ ଦର୍ଶାଯାଇଛି । ଏ ନେଇ ଏକ ମାମଲା ରୁଜୁ କରି ଫାଣ୍ଡି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।