କାକଟପୁର ରତ୍ନବଟ ଆଶ୍ରମରେ ବାରଗାଦି ମେଳନ ଅନୁଷ୍ଠିତ, ଭାଗବତ ପାଠର ପ୍ରଚାର ପ୍ରସାର ନିମନ୍ତେ ଚାଲି ଆସୁଛି ପରମ୍ପରା

କାକଟପୁର,୧୮।୫(ଡି.ଏନ୍‌.ଏ.): ଶନିବାର ପବିତ୍ର ବୁଦ୍ଧପୂର୍ଣ୍ଣିମା ତଥା ବୈଶାଖ ପୂର୍ଣ୍ଣିମା ଅବସରରେ ପ୍ରାଚୀ ଉପତ୍ୟକାର ରତ୍ନବଟ ଆଶ୍ରମରେ ବାରଗାଦି ଭାଗବତ ମେଳନ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ନିକଟସ୍ଥ ତୁଳସୀପୁର, ଭାଣପୁର, ବାଲୁଙ୍କ, ସାନହୁଲି, କେଶେରାଇପୁର, ଜାହାଙ୍ଗୀରପୁର, ଦଣ୍ଡିକିରା, ଛଣିଜଙ୍ଗ, ବଳଭଦ୍ରପୁର ଆଦି ୧୨ ଗାଁର ଭାଗବତ ଗାଦିଙ୍କୁ ଗ୍ରାମବାସୀମାନେ ସୁସଜ୍ଜିତ ବିମାନରେ ଆଣି ଆଶ୍ରମରେ ପହଞ୍ଚିଥିଲେ। ସେଠାରେ ଆଶ୍ରମର ପୂଜକ ରାଜକିଶୋର ଶତପଥି ତୁଳସୀପାଣି, ପୁଷ୍ପମାଲ୍ୟ ଦେଇ ଠାକୁରମାନଙ୍କୁ ସ୍ବାଗତ କରିଥିଲେ। ପ୍ରଥମେ ତୁଳସୀପୁର ଗ୍ରାମର ଭାଗବତ ଗାଦି ବାର ଦୋଳମେଳନ ମଣ୍ଡପର ଦକ୍ଷିଣପାର୍ଶ୍ୱରେ ଉପବେସନ କରିବା ପରେ ଅନ୍ୟ ସମସ୍ତ ଠାକୁର ବସିଥିଲେ। ମଧ୍ୟାହ୍ନରେ ଠାକୁରଙ୍କ ସମ୍ମୁଖରେ ଦ୍ୱାଦଶ ସ୍କନ୍ଦ ଭାଗବତ ପାଠ କରାଯାଇଥିଲା। ଏହା ପରେ ଠାକୁରଙ୍କୁ ଅନ୍ନ ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟାରେ ଆତସବାଜି ପ୍ରଦର୍ଶନ ପରେ ଠାକୁରମାନେ ସ୍ବ ସ୍ବ ବିମାନରେ ଗ୍ରାମକୁ ଯାଇ ଦ୍ୱାରିଭୋଗ ଖାଇଥିଲେ। ଏହି ଅବସରରେ ସଭାମଣ୍ଡପର ଭେଟ ପଡ଼ିଆରେ ମେଳା ଲାଗିଥିଲା। ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭାଗବତ ପାଠର ପ୍ରଚାର ତଥା ପ୍ରସାର କରିବା ସହ ଗାଁ ଗାଁ ଭିତରେ ଥିବା ଭାଇଚାରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ କାହିଁ କେତେକାଳରୁ ଏହି ମେଳନ ହେଉଥିବା ତୁଳସୀପୁର ଗ୍ରାମର କ୍ଷମାନିଧି ତ୍ରିପାଠୀ କହିଛନ୍ତି। ବାତ୍ୟା ଫନୀ ଆଶ୍ରମର ବୃକ୍ଷରାଜୀକୁ ଧ୍ୱସ୍ତବିଧ୍ୱଂସ୍ତ କରିଦେଇଥିଲେ ସୁଦ୍ଧା ପରମ୍ପରାକୁ ବନ୍ଦ କରାଯାଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇଲେ ‘ଗୋ ସେବକ’ ସଦସ୍ୟ, ୧୩ ରୁ ଅଧିକ ଗାଈ ଉଦ୍ଧାର

ଭୁବନେଶ୍ୱର,୨୮ା୩: ଶୁକ୍ରବାର ସକାଳେ ଭୁବନେଶ୍ୱରର ପାତ୍ରପଡ଼ା ନିକଟରେ ‘ଗୋ ସେବକ’ ସଦସ୍ୟଙ୍କ ଏକ ଦଳ ଗୋରୁ ପରିବହନ କରୁଥିବା ଏକ ଗାଡ଼ିକୁ ଅଟକାଇଛନ୍ତି। ଗାଡ଼ିଟିକୁ ଅଟକାଇବା...

୧୦ଟି ମେଗା ଶିଳ୍ପ ପ୍ରକଳ୍ପକୁ ଓଡ଼ିଶା ସରକାରଙ୍କ ଅନୁମୋଦନ: ସୃଷ୍ଟି ହେବ ୫୧,୯୩୯ ରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୨୮ା୩: ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ଗୁରୁବାର ରାଜ୍ୟରେ ୧.୬୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୦ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ...

ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା: KIITକୁ ଦାୟୀ କଲେ NHRC

ଭୁବନେଶ୍ୱର,୨୮ା୩: ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି NHRC। କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ମଧ୍ୟ...

ପିଜି ଡାକ୍ତରଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ରୋଗୀଙ୍କ ଭଉଣୀଙ୍କୁ ଦୁର୍ବ୍ୟବହାର

କଟକ,୨୮ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଗୁରୁବାର କେତେଜଣ ପିଜି ଡାକ୍ତର ଏକ ୱେବ୍‌ ଚ୍ୟାନେଲର ଖବରଦାତା ରଞ୍ଜିତ ମହାପାତ୍ରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଫଳରେ...

କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ

ଏମ୍‌ଏସ୍‌ବି ଅଟୋମୋଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ବ୍ୟାପକ ଡିଲରଶିପ୍‌ ନେଟ୍‌ୱର୍କ ସହିତ ଓଡ଼ିଶାର ୨ ଚକିଆ ବଜାରକୁ ନୂଆରୂପ ଦେଇଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମନସୁର...

ଦାରିଦ୍ର୍ୟ ହାର: ମାଲକାନଗିରିରେ ସର୍ବାଧିକ, ପୁରୀରେ ସର୍ବନିମ୍ନ

ଭୁବନେଶ୍ୱର,୨୮ା୩ (ସୁଚିସ୍ମିତା ସାହୁ): ରାଜ୍ୟରେ ମାଲକାନଗିରି ଜିଲାରେ ଦାରିଦ୍ର୍ୟ ହାର ସର୍ବାଧିକ ରହିଛି। ବିଜେଡି ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

୩ଦିନ ହିଟ୍‌ ଓ୍ବେଭ୍‌, ଏସବୁ ଜିଲାରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି

ଭୁବନେଶ୍ୱର,୨୮ା୩ : ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ଗୁରୁବାର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ନିକଟବର୍ତ୍ତୀ ହୋଇଥିଲା। ଝାରସୁଗୁଡ଼ାରେ ଦିନ ତାପମାତ୍ରା...

ଆଉ ୮ ସହରରେ ଗଡ଼ିବ ଆମ ବସ: ଜାଣନ୍ତୁ କେଉଁ କେଉଁ ସହର ଅଛି ସାମିଲ

ଭୁବନେଶ୍ୱର,୨୭।୩: କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଉ ୮ ସହରକୁ ଆମ ବସ ସେବା ଯୋଗାଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image