Categories: ଫୁରସତ

ଗଧ ଉପରେ ବସି ଶ୍ମଶାନରୁ ବାହାରିଲେ ବର, କାରଣ ଜାଣି ଚମକି ଉଠିବେ

ମଧ୍ୟପ୍ରଦେଶର ଇନ୍ଦୋର ଜିଲାର ଶ୍ମଶାନରୁ ଏକ ନିଆରା ବରଯାତ୍ରୀ ଶୋଭାଯାତ୍ରା ଦେଖିବାକୁ ମିଳିଛି। ଯେଉଁଠି ବର ଏକ ଗଧ ଉପରେ ବସିଛନ୍ତି। ତେବେ ବର ଆଉ କେହିନୁହନ୍ତି ସେ ହେଉଛନ୍ତି, ନଗର ପଞ୍ଚାୟତ ସଭାପତି। ଏହି ବରଯାତ୍ରୀ ଶୋଭାଯାତ୍ରା ରହସ୍ୟ ମଧ୍ୟ ନିଆରା। ଗଧ ଉପରେ ବସି ରାଓ ଗ୍ରାମାଞ୍ଚଳରୁ ନଗର ପଞ୍ଚାୟତ ସଭାପତି ଶିବ ଡିଙ୍ଗୁ ତଥା ବର ବାହାରିଛନ୍ତି।
ମୌସୁମୀ ପ୍ରାୟ ଶେଷ ହେବାକୁ ବସିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଇନ୍ଦୋର ସମେତ ଆଖପାଖ ଗ୍ରାମାଞ୍ଚଳରେ ଆଶାନୁରୂପକ ବର୍ଷା ହୋଇନାହିଁ। ଶିବ ଡିଙ୍ଗୁ କହିଛନ୍ତି ଯେ, ପୁରାତନ ବିଶ୍ୱାସ ଅନୁଯାୟୀ ଯେତେବେଳେ ଗାଁରେ ବର୍ଷା ହେଉ ନଥିଲା ସେତେବେଳେ ଗାଁ ମୁଖିଆ ଗଧରେ ବସି ଶୋଭାଯାତ୍ରାରେ ବାହାରୁଥିଲେ। ଯାହା ପରେ ବର୍ଷା ହେଉଥିଲା।
ସଭାପତିଙ୍କ କହିବାନୁସାରେ, ଜୀବନର ଓଲଟା ଦିଗ ସ୍ଥିର କରି ଏହି ବରଯାତ୍ରୀ ଦଳ ବାହାର କରିବାକୁ ପଡ଼ିଥାଏ। ଯେଉଁଥିପାଇଁ ପ୍ରଥମେ ଶ୍ମଶାନରେ ଲୁଣ ସ୍ପ୍ରେ କରି ବିପରୀତ ଦିଗକୁ ଯିବା ପାଇଁ ପଡ଼ିଥାଏ। ଏହାପରେ ବର୍ଷା ହୋଇଥାଏ।
ଏହା ପୂର୍ବରୁ ସେ ୩ରୁ ୪ଥର ସେପରି କରିଛନ୍ତି, ଓ ମଧ୍ୟ ସଫଳ ହୋଇଛନ୍ତି। ସେ ଆଶା କରୁଛନ୍ତି ଯେ, ଏଥର ମଧ୍ୟ ବର୍ଷା ହେବ। ଏହି ଶୋଭାଯାତ୍ରାକୁ ନେଇ ଚର୍ଚ୍ଚା ଜୋର ଧରିଛ। ଏହାର ରହସ୍ୟ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି।

Share