ପ୍ରକୃତିର ବରଦାନ ‘ବାରବାଙ୍କ’

ଢେଙ୍କାନାଳ ଅଫିସ, ୭।୧: ସର୍ପିଳ ରାସ୍ତାଟିଏ। ପାହାଡ଼ର ଛାତି ଚିରି ମାଡ଼ି ଯାଇଛି ଆଗକୁ। ଦୁଇ ପାର୍ଶ୍ୱରେ ଘଞ୍ଚ ସବୁଜ ବନାନୀ। ପକ୍ଷୀଙ୍କ କାକଳି। ମେଘମାଳାର କଳେବର ଯାତ୍ରୀଙ୍କୁ ଘଡ଼ିଏ ଅଟକାଇ ଦେବାର ସାମର୍ଥ୍ୟ ରଖେ। ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉପରେ ଗାଡ଼ିରେ ଯିବା ବେଳେ ପ୍ରକୃତିର ନୈସର୍ଗିକ ଶୋଭା ବିଭୋର କରିଦିଏ ଆଗନ୍ତୁକଙ୍କୁ। ମନାଲି କି ଉତ୍ତରାଖଣ୍ଡର କୌଣସି ହିଲ୍‌ ପଏଣ୍ଟ ନୁହେଁ, ଢେଙ୍କାନାଳରେ ପ୍ରକୃତିରାଣୀ ଲୁଚାଇ ରଖିଛି ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ପ୍ରକୃତିର ଏଭଳି ଏକ ବରଦାନ, ଯାହାର ନାଁ ‘ବାରବାଙ୍କ’…

ଢେଙ୍କାନାଳକୁ ବାଦ୍‌ ଦେଇ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରର ପରିକଳ୍ପନା କରିବା ଅସମ୍ଭବ। କେଉଁ ଆବାହମାନ କାଳରୁ ବିଶ୍ୱପ୍ରସିଦ୍ଧ ଶୈବପୀଠ କପିଳାସ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣ। ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ଅନେକ। ସେହିପରି କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ସହିତ ଐତିହାସିକ ଭାବେ ଜଡ଼ିତ ‘ବାରବାଙ୍କ’।
ସମୁଦ୍ର ପତ୍ତନଠାରୁ ହାରାହାରି ୨୨୩୯ ଫୁଟ ଉଚ୍ଚତାରେ ଅବସ୍ଥିତ ପୀଠକୁ ଯିବା ପାଇଁ ରହିଛି ଦୁଇଟି ପଥ। ମନ୍ଦିର ପାଦଦେଶରୁ ଚାଲି ଚାଲି ଯିବା ପାଇଁ ରହିଛି ୧୩୫୨ ପାହାଚ। ତେବେ ‘ବାରବାଙ୍କ’ ରାସ୍ତା ଦେଇ ଯାନବାହନ ପୀଠ ଯାଏ ପହଞ୍ଚତ୍ଥାଏ। ଗବେଷକ ତଥା ସ୍ତମ୍ଭକାର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ଦ୍ୱାଦଶ ଶତାବ୍ଦୀର ମଧ୍ୟଭାଗ ଅର୍ଥାତ୍‌ ୧୨୪୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା କପିଳାସ ମନ୍ଦିର। ସେହି ସମୟରେ ମନ୍ଦିରକୁ ଯିବାକୁ ଜଙ୍ଗଲିଆ ପାଦଚଲା ରାସ୍ତା ଥିଲା ଏକ ମାଧ୍ୟମ। ୧୯୦୯ରେ ତତ୍କାଳୀନ ଢେଙ୍କାନାଳ ରାଜାଙ୍କ ଉଦ୍ୟମରେ ଏହାର ବିକାଶ ହୋଇଥିଲା। ହାତୀପିଠିରେ ବସି ରାଜା ଏବଂ ରାଜପରିବାର ସଦସ୍ୟ ଶ୍ରୀଚନ୍ଦ୍ରଶେଖରଙ୍କ ଦର୍ଶନ କରିବାକୁ ଯାଉଥିଲେ। ୧୯୧୬ରେ ‘ବାରବାଙ୍କ’କୁ ସବୁଦିନିଆ ରାସ୍ତା ଫିଟିଲା। ଜଙ୍ଗଲ ସଫା କରି ମାଟିପଥରରେ ତିଆରି କରାଗଲା ପଥ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଏହି ରାସ୍ତାର କଳେବର ବଦଳିବା ସହ ଅଧିକ ପ୍ରଶସ୍ତ ହୋଇଛି। ଏକଦା କଚ୍ଚା ଥିବା ରାସ୍ତା ଏବେ ପକ୍କା ହୋଇଛି। ପିଚୁ ଢଳେଇ କରାଯିବା ସହ ଆନୁଷଙ୍ଗିକ ବିକାଶ କାର୍ଯ୍ୟ କରାଯାଇଛି। ସୁରକ୍ଷିତ ଯାନବାହନ ଚଳାଚଳ ଲାଗି ରାସ୍ତାକୁ ଅଧିକ ଚଉଡ଼ା କରାଯିବା ସହ ଉଭୟ ପାର୍ଶ୍ୱରେ କଂକ୍ରିଟ୍‌ ପାଚେରି ନିର୍ମାଣ କରାଯାଇଛି।
କପିଳାସ ପାଦ ଦେଶରୁ ‘ବାରବାଙ୍କ’ ରାସ୍ତା ଦେଇ ୫ କିମି ଗଲେ ପଡ଼େ ମନ୍ଦିର। ଏଥିଲାଗି ୧୨ଟି ମୋଡ଼ ଅତିକ୍ରମ କରିବାକୁ ହୋଇଥାଏ। ୭ନମ୍ବର ବାଙ୍କରୁ ୯ ନମ୍ବର ବାଙ୍କ ମଧ୍ୟରେ ରାସ୍ତା ଅଧିକ ଚଉଡ଼ା। ଏଠାରେ ଗାଡ଼ି ରଖି ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିଥାନ୍ତି। ଏବେ ଏହା ପାଲଟିଛି ସେଲ୍‌ଫି ପଏଣ୍ଟ। ସେହିପରି ୨୦୦୦ ଫୁଟ ଉଚ୍ଚ ପାହାଡ଼ ଉପରୁ ଯାତ୍ରାକୁ ସ୍ମୃତିମଧୁର କରିବାକୁ ଦୂରଦୂରାନ୍ତର ସବୁଜ ବନାନୀକୁ କ୍ୟାମେରା ଲେନ୍ସରେ ତୋଳିଧରିଥାନ୍ତି ଅନେକ। ରାସ୍ତାରେ ଯିବା ସମୟରେ ମାଙ୍କଡ଼, ପାହାଡ଼ି ମୂଷା ସମେତ ବିଭିନ୍ନ ପ୍ରଜାତିର ପକ୍ଷୀ ପର୍ଯ୍ୟଟକଙ୍କ ମନୋରଞ୍ଜନ କରିଥାନ୍ତି। ଜାଗରଯାତ୍ରା, ଶିବ ଚତୁର୍ଦ୍ଦଶୀ ସମେତ ବିଭିନ୍ନ ପର୍ବପର୍ବାଣିରେ ‘ବାରବାଙ୍କ’ ରାସ୍ତା ଶ୍ରଦ୍ଧାଳୁଙ୍କ ପାଇଁ ବିକଳ୍ପ ସାଜେ। ଅନେକ ସମୟରେ ଭିଡ଼ ଯୋଗୁ ଟ୍ରାଫିକ ଜାମ୍‌ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ନିକଟରେ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ କରିବାକୁ ଯୋଜନା କରାଯାଉଛି। ଏ ସଂକ୍ରାନ୍ତରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା କୁହନ୍ତି, ବାରବାଙ୍କ ରାସ୍ତାକୁ ଆଲୋକୀକରଣ କରିବା ଲାଗି ଦିଆଯାଇଥିବା ପ୍ରସ୍ତାବ ମଞ୍ଜୁର ହୋଇଛି। ନିକଟ ଭବିଷ୍ୟତରେ ଏହି କାର୍ଯ୍ୟ ଆରମ୍ଭ ହେବ।

ଉଟ୍ଟି ଭଳି ଅନୁଭବ ହୁଏ
‘ବାରବାଙ୍କ’ର ଅନୁଭବ ହିଲ୍‌ଷ୍ଟେଶନ ଉଟି ଭଳି। ଘନଜଙ୍ଗଲ ଓ ପର୍ବତମାଳା ମଧ୍ୟରେ ଏହାର ସବୁଜିମା ପରିବେଶ ଦେଖିଲେ ଫେରିବାକୁ ଇଛା ହୁଏନି ା ୧୦ନଂ. ବାଙ୍କରେ ଏକ ବଡ଼ ବରଗଛ ରହିଛି। ସାମୟିକ ବିଶ୍ରାମ ଲାଗି ଏହା କାମରେ ଆସେ। – ଶରତ ବେହେରା
ଶାନ୍ତ ପରିବେଶ ଉପଭୋଗ୍ୟ
ସବୁଜିମା ଭରା ‘ବାରବାଙ୍କ’ ପ୍ରକୃତିର ଦାନ। ଭସା ବାଦଲ ଭିତରେ ଏହାର ଶାନ୍ତ ପରିବେଶ ଉପଭୋଗ୍ୟ। ଭାରାକ୍ରାନ୍ତ ଜୀବନ ମଧ୍ୟରେ ଟିକିଏ ଶାନ୍ତି ପାଇବା ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ। ରାସ୍ତାରେ ମାଙ୍କଡ଼ ପଲ ମଧ୍ୟ ଦେଖିବାକୁ ମିଳେ।
– ସତ୍ୟବ୍ରତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଦସ୍ତଖତ କରି ଏସ୍‌ଏଚ୍‌ଜିରୁ ୬ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କେସିଙ୍ଗା,୨୨ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଫଟକାଲ ମାଲ ପଞ୍ଚାୟତ ଅଧୀନସ୍ଥ ବୋରିଂପଦର ଗ୍ରାମସ୍ଥିତ ମା’ ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀ ବୋରିଂପଦର ଗ୍ରାମର...

ବିଜୁଳି ସହ ଘଡ଼ଘଡ଼ି ସହ ବର୍ଷା: ୨୭ ଜିଲାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ୱର,୨୨ା୩(ଅନୁରାଧା ମହାରଣା):ରାଜ୍ୟରେ ବେଶ୍‌ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବା ପରେ ଏବେ ପାଗ ବଦଳୁଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଉଥିବାବେଳେ କାଳବୈଶାଖୀ...

କର୍ତ୍ତବ୍ୟରେ ଅବହେଳା: ୫ ଶିକ୍ଷକଙ୍କ ଦରମା ବନ୍ଦ

ଲାଞ୍ଜିଗଡ଼,୨୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରେ ଅବହେଳା କାରଣରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ୫ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ...

କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ

ଭୁବନେଶ୍ୱର,୨୧।୩: ବଡ଼ କଂଗ୍ରେସ ନେତାଙ୍କ ପରଲୋକ। ଆଳି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ତାଙ୍କର ମୃତ୍ୟୁ...

ଉପରସେମ୍ବି ଗ୍ରାମ ଜଙ୍ଗଲରେ ପଡିରହିଛି ସୀମା ଚିହ୍ନଟ ଖୁଣ୍ଟି: ଫଟୋ,ଭିଡ଼ିଓ ଭାଇରାଲ

ପଟ୍ଟାଙ୍ଗି,୨୧ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧିନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଉପରସେମ୍ବି ଗ୍ରାମର ଜଙ୍ଗଲରେ ପଡି ରହିଥିବା ସୀମା ଚିହ୍ନଟ...

ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା

କଟକ,୨୧।୩: ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଝଟକା ଲାଗିଛି। ବିଧାୟକଙ୍କ ବିରୋଧରେ ମାମଲା ଚାଲିବ ବୋଲି ହାଇକୋର୍ଟ ଶୁକ୍ରବାର ସ୍ପଷ୍ଟ କରିଛନ୍ତି।...

ଓଡ଼ିଶା ଛାଡିଦେବେ ପାଣ୍ଡିଆନ? ବିଦେଶରୁ ଆସିଛି ଅଫର୍‌!

ଭୁବନେଶ୍ୱର,୨୧।୩: ରାଜନୀତିରୁ ସନ୍ୟାସ ନେବା ପରେ ଏବେ ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ସେ କୁଆଡେ ସବୁଦିନ...

ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୨୧।୩: ୯ ଦଫା ଦାବି ନେଇ ୟୁନାଇଟେଡ୍‌ ଫୋରମ୍‌ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ୟୁବି) ପକ୍ଷରୁ ଦିଆଯାଇଥିବା ୨ଦିନିଆ ବ୍ୟାଙ୍କ ଧର୍ମଘଟକୁ ଶୁକ୍ରବାର ସ୍ଥଗିତ କରି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image