ବାରବାଟୀ ଲଢେଇ: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା

କଟକ ଅଫିସ୍‌,୧୨।୬: ଭାରତ ଏବଂ ଦକ୍ଷିଣ ଆଫିକା ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଘରୋଇ ଦଳ ଭାରତ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୨ଟି ପରିବର୍ତ୍ତନ କରିଥିବାବେଳେ ଭାରତୀୟ ଅପରିବର୍ତ୍ତିତ ରହିଛି।
ଦୀର୍ଘ ଅଢେଇ ବର୍ଷ ବ୍ୟବଧାନ ପରେ ପୁଣି ବାରବାଟୀରେ ମ୍ୟାଚ୍‌ ଅନୁଷ୍ଠିତ ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

Share