ଭୁବନେଶ୍ୱର,୧୦।୬(ବ୍ୟୁରୋ): କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଟିକେଟ୍ କାଉଣ୍ଟର ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ତେବେ ଦର୍ଶକଙ୍କ ଯିବା ଆସିବା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରୁ ବାରବାଟୀକୁ ଦୁଇଟି ରୁଟ୍ରେ ସ୍ବତନ୍ତ୍ର ମୋ ବସ ଚାଲିବ । ପ୍ରଥମ ରୁଟ୍ରେ ବସ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ ଯିବ । ଦ୍ୱିତୀୟ ରୁଟରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଭାୟା ପଟିଆ ଦେଇ ବାରବାଟୀ ଷ୍ଟାଡିୟମ ଯିବ । ଏହି ସ୍ବତନ୍ତ୍ର ବସ୍ର ଭଡା ୪୦ ଟଙ୍କା ରଖାଯାଇଛି । ଏ ନେଇ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଛି।