ବାରବାଟୀ ମ୍ୟାଚ୍‌: ଆଜି ପହଞ୍ଚିବେ ଦୁଇ ଟିମ୍‌

ଭୁବନେଶ୍ୱର,୧୦।୬(ବ୍ୟୁରୋ): କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଉଭୟ ଦଳର ଖେଳାଳି ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ୫୦ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ରହିଛି। ତେଣୁ ରହଣିସ୍ଥଳ ଜୟଦେବ ବିହାରସ୍ଥିତ ମେ’ ଫେୟାର ହୋଟେଲକୁ ଖେଳାଳିଙ୍କୁ କିପରି ସୁରକ୍ଷାର ସହ ନିଆଯିବ ସେନେଇ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ଗୁରୁବାର ଅପରାହ୍ନରେ କମିଶନରେଟ ପୋଲିସ ପକ୍ଷରୁ ବିମାନ ବନ୍ଦରଠାରୁ ହୋଟେଲ ପର୍ଯ୍ୟନ୍ତ ମକ୍‌ଡ୍ରିଲ୍‌ କରାଯାଇଥିଲା। ମକ୍‌ଡ୍ରିଲ୍‌ ପୂର୍ବରୁ ପୂର୍ବାହ୍ନରେ ଡିସିପି ପ୍ରତୀକ ସିଂ ଓ ଅପରାହ୍ନରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏୟାରପୋର୍ଟରୁ ବିମାନବନ୍ଦର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଅପରାହ୍ନ ପ୍ରାୟ ୪ଟା ୩୦ରେ ପ୍ରଥମେ ଭାରତୀୟ ଦଳର ଦୁଇଟି ବସ୍‌କୁ ସୁରକ୍ଷା ବଳୟ ମଧ୍ୟରେ ଏୟାରପୋର୍ଟରୁ ହୋଟେଲ ପର୍ଯ୍ୟନ୍ତ ନିଆଯାଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ଦଳର ଗୋଟିଏ ବସ୍‌କୁ ନିଆଯାଇଥିଲା। ବସ୍‌ର ଆଗରେ, ପଛରେ ଓ କଡ଼ରେ ଏକ୍ସକର୍ଟ ଭ୍ୟାନ ରହିଥିଲା। ଖେଳାଳି ଯିବା ସମୟରେ ରାସ୍ତାରେ କୌଣସି ଲୋକ କିମ୍ବା ଅନ୍ୟ ଗାଡ଼ି ରହିବ ନାହିଁ। ତେଣୁ ମକ୍‌ଡ୍ରିଲ୍‌ ସମୟରେ ମଧ୍ୟ ଗୁରୁବାର ରାସ୍ତା ଖାଲି କରାଯାଇ ସୁରକ୍ଷାର ସହ ଖେଳାଳିଙ୍କ ବସ୍‌କୁ ହୋଟେଲ ପର୍ଯ୍ୟନ୍ତ ନିଆଯାଇଥିଲା। ବସ୍‌ ଭିତରେ ସୁରକ୍ଷା ଦେବା ପାଇଁ ସାଦା ପୋଷାକରେ ପୋଲିସ ରହିବେ। ବସ୍‌ରେ ଯଦି କୌଣସି ଅସୁବିଧା ହେଲା ତେବେ ଅନ୍ୟ ସ୍ପେୟାର ଗାଡ଼ି ଦ୍ୱାରା ଖେଳାଳିଙ୍କୁ ବାରବାଟୀ ଷ୍ଟାଡିୟମ ନିଆଯିବ। ଅନ୍ୟପକ୍ଷରେ ହୋଟେଲରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଶନିବାର ଉଭୟ ଟିମ୍‌ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ୍‌ ଯିବେ। ତେଣୁ ଖେଳାଳିମାନେ କିପରି ସୁରକ୍ଷାର ସହ ମେ’ଫେୟାର ହୋଟେଲ ଆସିବେ ଓ ଏହାପରେ ଅଭ୍ୟାସ ପାଇଁ ଷ୍ଟାଡିୟମ ଯିବେ, ପୁଣି ହୋଟେଲ ଫେରିବେ ଏବଂ ରବିବାର ମ୍ୟାଚ୍‌ ଖେଳିବା ସହ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ସମସ୍ତ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ପୋଲିସ କମିଶନର କହିଛନ୍ତି, ଖେଳାଳିଙ୍କୁ ସୁରକ୍ଷା ଦେବା ଆମ କର୍ତ୍ତବ୍ୟ। ତେଣୁ କମିଶନରେଟ ପୋଲିସ ପକ୍ଷରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି। ଶୁକ୍ରବାର କଟକରେ ମକ୍‌ଡ୍ରିଲ କରାଯିବାର ଯୋଜନା ରହିଛି ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri