କରୋନା ମହାମାରୀକୁ ନେଇ ଟ୍ରମ୍ପଙ୍କ ଉପରେ ବର୍ଷିଲେ ଓବାମା

ୱାଶିଂଟନ,୨୨ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବେଳକୁ ବେଳ ପାଖେଇ ଆସୁଥିବା ବେଳେ ପ୍ରାର୍ଥିମାନେ ପରସ୍ପର ଉପରେ ଆକ୍ରମଣ କରିବା ମୁଡ୍‌ରେ ଥିବା ଦେଖାଯାଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟିର ସଦସ୍ୟ ବାରାକ ଓବାମା କରୋନା ଭାଇରସକୁ ନେଇ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଖୁବ୍ ବର୍ଷର୍ିଛନ୍ତି । ଓବାମା କହିଛନ୍ତି ଯେଉଁବ୍ୟକ୍ତି କରୋନା ମହାମାରୀଠାରୁ ନିଜକୁ ବଞ୍ଚାଇ ପରିଲେ ନାହିଁ ସେ ଆମ ସମସ୍ତଙ୍କୁ କିଭଳି ସୁରକ୍ଷା ଦେବେ । ଫିଲାଡେଲଫିଆରେ ଲିଙ୍କନ ଫାଇନାନସିୟଲ ଫିଲ୍ଡ ବାହାରେ ସମ୍ବୋଧନ ଦେବା ଅବସରରେ କହିଛନ୍ତି, ଆମେ କରୋନା ମହାମାରୀ ସହ ଗତ ଆଠ ମାସ ହେଲା ଲଢେଇ କରୁଛୁ । ଏବେ ପୁଣିଥରେ ଦେଶରେ ସଂକ୍ରମଣ ବୃଦ୍ଧି ପାଇବା ଦେଖାଯାଇଛି । ତେଣୁ ଡୋନାଲ୍ଡ ଟ୍ରମ୍ପ ଏକାଥରେ ଆମ ସମସ୍ତଙ୍କୁ ସୁରକ୍ଷା ଦେଇ ପାରିବେ ନାହିଁ । କାରଣ ସେ କରୋନାଠାରୁ ନିଜକୁ ସୁରକ୍ଷା ଦେଇ ପାରି ନାହାନ୍ତି । ‘ୟୁଏସ୍ ଟ୍ରମ୍ପ’କୁ ନେଇ ପୂର୍ବତନ ରାଷ୍ଟ୍ରପତି ଓବାମା କହିଛନ୍ତି ଏହା ରିୟଲିଟି ଶୋ’ ନୁହେଁ ବରଂ ଏହା ବାସ୍ତବିକତା, ଯେଉଁଠାରେ ଜନତା ନିଜ କାର୍ଯ୍ୟକୁ ଗମ୍ଭିରତାର ସହ ନେଇ ସମର୍ଥନ ହେବାର ପରିଣାମ ସହ ବଞ୍ଚିବାକୁ ପଡିବ । ତେବେ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଓ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହ୍ୟାରିସଙ୍କ କଥାକୁ ନେଇ ଜନତା ଚିନ୍ତା କରିବା ଉଚିତ ନୁହେଁ ବୋଲି ଓବାମା କହିଛନ୍ତି ।

Share