ଓ୍ବାଶିଟନ୍,୨୪।୧୧:ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ପୁସ୍ତକ ଏ ପ୍ରମିଜଡ୍ ଲ୍ୟାଣ୍ଡ୍କୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଛାଡିବା ପରେ ତାଙ୍କ ସ୍ତ୍ରୀ ଅଧିକ ଖୁସି ହୋଇଥିଲେ। ଅଫିସ ଛାଡିବା ପରଠାରୁ ମିସେଲ ଅଧିକ ଆରାମଦାୟକ ଏବଂ ଖୁସି ଅଛନ୍ତି। ଓବାମା କହିଛନ୍ତି ଯେ ମିସେଲ ରାଷ୍ଟ୍ରପତି ଥିବାବେଳେ ଏକ ପ୍ରକାର ଅନ୍ତର୍ନିହିତ ମାନସିକ ଚାପ ଅନୁଭବ କରିଥିଲେ। ନିକଟରେ ଓବାମାଙ୍କୁ ପଚରାଯାଇଥିଲା ଯେ ସେ ବିଡେନଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି? ଓବାମା ଏକ ମଜାଦାର ଉତ୍ତର ଦେଇ କହିଥିଲେ ଯେ, ଯଦି ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରନ୍ତି, ତେବେ ମିଚେଲ ତାଙ୍କୁ ଛାଡ଼ିଦେବେ। ସୂଚନାଯୋଗ୍ୟ, ଓବାମା ୪ ବର୍ଷ ପୂର୍ବେ ଆମେରିକାର ରାଷ୍ଟ୍ରପତି ପଦରୁ ଓହରି ଯାଇଥିଲେ ଏବଂ ତାଙ୍କ ପରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୋଇଥିଲେ।
Posted inଅନ୍ତର୍ଜାତୀୟ