ବରାଦରଙ୍କୁ ହକ୍କାନି ଗୁଳି

କାବୁଲ,୬।୯: ପଡ଼ୋଶୀ ଆଫଗାନିସ୍ତାନରେ ପାଶ୍ଚାତ୍ୟ ସମର୍ଥତ୍ତ ଅଶ୍ରଫ୍‌ ଗନିଙ୍କ ନାଗରିକ ସରକାରଙ୍କୁ କ୍ଷମତାଚ୍ୟୁତ କରିଦେଲା ସିନା, ନିଜେ ସରକାର ଗଠନ କରିପାରି ନାହିଁ ତାଲିବାନ୍‌। ଦୁଇ ସପ୍ତାହ ବିତିଯାଇଥିଲେ ସୁଦ୍ଧା ତାଲିବାନ୍‌ ଓ ହକ୍କାନି ନେଟ୍‌ଓ୍ବର୍କ ମଧ୍ୟରେ ଭାଗବଣ୍ଟା ଛିଣ୍ଡି ନ ଥିବାରୁ ଅଚଳାବସ୍ଥା ଜାରି ରହିଛି। ଇତିମଧ୍ୟରେ ରାଷ୍ଟ୍ରପତି ହେବାକୁ ଯାଉଥିବା ତାଲିବାନ୍‌ ସହପ୍ରତିଷ୍ଠାତା ତଥା ପଲିଟିକାଲ ଅଫିସ ମୁଖ୍ୟ ମୁଲ୍ଲା ଅବ୍‌ଦୁଲ ଗନି ବରାଦର ଏବଂ ଅନସ୍‌ ହକ୍କାନିଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ହକ୍କାନି ପକ୍ଷର ଗୁଳିମାଡ଼ରେ ମୁଲ୍ଲା ବରାଦର ଆହତ ହୋଇଥିବା ପଞ୍ଜଶିର ଅବ୍‌ଜର୍ଭର ଓ୍ବେବ୍‌ସାଇଟ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ପଞ୍ଜଶିର ଉପତ୍ୟକାରେ ତାଲିବାନ୍‌କୁ କଡ଼ା ଟକ୍କର ଦେଉଥିବା ଅହମଦ ମାସୁଦ୍‌ଙ୍କ ନେତୃତ୍ୱାଧୀନ ନର୍ଦ୍ଦର୍ନ ଆଲାଏନ୍ସ ପକ୍ଷରୁ କୁହାଯାଇଛି ଯେ, ମୁଲ୍ଲା ବରାଦର ତାଲିବାନ୍‌ ୨.୦ ସରକାରର ନେତୃତ୍ୱ ନିଅନ୍ତୁ ବୋଲି ପାକିସ୍ତାନ ଚାହୁଁନାହିଁ। ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଛତ୍ରଛାୟାରେ ପରିଚାଳିତ ହକ୍କାନି ନେଟ୍‌ଓ୍ବର୍କ ମଧ୍ୟ ବରାଦରଙ୍କୁ ବିରୋଧ କରୁଛି। ଅନସ୍‌ ହକ୍କାନି ଓ ଖଲିଲ ହକ୍କାନି ପ୍ରତିରକ୍ଷା ମନ୍ତ୍ରୀ ପଦ ସହ ସରକାରରେ ବଡ଼ ଭୂମିକା ଚାହୁଁଛନ୍ତି। କିନ୍ତୁ ତାଲିବାନ୍‌ ତାହା ଦେବା ପାଇଁ ଆଦୌ ପ୍ରସ୍ତୁତ ନୁହେଁ। ତେଣୁ ଅନସ୍‌ ଓ ଖଲିଲଙ୍କ ସହ ମୁଲ୍ଲା ବରାଦରଙ୍କ ମତଭେଦ ସଂଘର୍ଷର ରୂପ ନେଇଛି। ଗୁଳିମାଡ଼ରେ ମୁଲ୍ଲା ବରାଦର ଆହତ ହୋଇଛନ୍ତି। ତାଙ୍କୁ ପାକିସ୍ତାନର ଏକ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ଏହି ବିବାଦର ସମାଧାନ ପାଇଁ ଆଇଏସ୍‌ଆଇ ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଫୈଜ୍‌ ହମିଦ୍‌ କାବୁଲରେ ପହଞ୍ଚତ୍ ଦୁଇ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ମଧ୍ୟସ୍ଥତା କରୁଛନ୍ତି। ତେବେ କ୍ଷମତା ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାରେ ସେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷେ ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ୟାକୁବ୍‌ ଶକ୍ତିଶାଳୀ ତାଲିବାନ୍‌ ସୈନ୍ୟ ଆୟୋଗର ମୁଖ୍ୟ ପଦବୀ ଚାହୁଁଛନ୍ତି। ତାଲିବାନ୍‌ ସରକାରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ବିବେଚନା କରାଯାଉଥିବା ଏହି ପଦବୀକୁ ନେଇ ମଧ୍ୟ ସଙ୍ଗଠନରେ ମତାନ୍ତର ସୃଷ୍ଟି ହୋଇଛି। ଏହି ସବୁ କାରଣରୁ ସରକାର ଗଠନ କରିବାରେ ବିଳମ୍ବ ହୋଇଥିବା କୁହାଯାଉଛି। ପ୍ରକାଶ ଯେ, ତାଲିବାନ୍‌ ୨.୦ ସରକାର ଶୁକ୍ରବାର ଗଠନ କରାଯିବ ବୋଲି ପୂର୍ବରୁ କୁହାଯାଇଥିଲା। ପରେ ଏହାକୁ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଫଳରେ ଅନ୍ତର୍ଜାତୀୟ ସମୁଦାୟ ଶନିବାରକୁ ଅପେକ୍ଷା କରିଥିଲା। ହେଲେ ନିଜ ନିଜ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଯୋଗୁ ଏହାକୁ ଆହୁରି କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି। ତାଲିବାନ୍‌ କେବେ ସରକାର ଗଠନ କରୁଛି ତା’ ଉପରେ ଏବେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

୬୬ ବର୍ଷ ପୂର୍ବରୁ ପୃଥିବୀରେ ଅଛି HMPV Virus, ଅଣଦେଖା କରିବାରୁ ନେଉଛି ପ୍ରତିଶୋଧ! ଜାଣନ୍ତୁ ଏହା କେତେ ଭୟଙ୍କର

ବେଜିଂ/ନୂଆଦିଲ୍ଲୀ,୬।୧: ବିଶ୍ୱରେ ଅନେକ ପ୍ରକାରର ଭାଇରସ ଅଛନ୍ତି, ସେଥିମଧ୍ୟରୁ କେତେକ ବିପଜ୍ଜନକ ହୋଇଥିବାବେଳେ କେତେକ କମ କ୍ଷତିକାରକ। ଏହି ଜୀବାଣୁ ଉପରେ ଅଧ୍ୟୟନ କରିବା ପରେ...

ସାରା ବିଶ୍ୱରେ ଖେଳିଗଲା ଆତଙ୍କ: ଆଉ ୨ ଦେଶକୁ ବ୍ୟାପିଲା ଚାଇନାର ଏଚ୍‌ଏମ୍‌ପିଭି ଭାଇରସ୍‌

ବେଜିଂ,୬।୧: କୋଭିଡ-୧୯ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାଏକ ନୂତନ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଛି। ଏଥର ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ (ଏଚ୍‌ଏମ୍‌ପିଭି)...

ଭାରତରେ ପ୍ରବେଶ କଲା ଚାଇନାର ଏଚ୍‌ଏମ୍‌ପିଭି ଭାଇରସ୍‌: ୮ ମାସର ଝିଅ ସଂକ୍ରମିତ

ବେଙ୍ଗାଲୁରୁ,୬।୧: ଚାଇନାର ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି) ଭାଇରସ୍‌ ଭାରତରେ ପହଞ୍ଚିଛି। ଏହାର ପ୍ରଥମ ମାମଲା ବେଙ୍ଗାଲୁରୁରୁ ଆସିଛି। ସୂଚନାନୁସାରେ, ଜଣେ ୮ ମାସର ଝିଅ ଏହା...

ଧରାପଡିଲା ପାକିସ୍ତାନର ମିଛ, BLA ଜାରି କଲା ଆତ୍ମଘାତୀ ବମ୍ବରଙ୍କ ଫଟୋ

ଇସଲାମାବାଦ,୬।୧: ପାକିସ୍ତାନର ମିଥ୍ୟା ପୁଣି ଥରେ ପ୍ରକାଶ ପାଇଛି। ଶନିବାର (ଜାନୁୟାରୀ ୪, ୨୦୨୫) ପାକିସ୍ତାନର ବାଲୁଚିସ୍ତାନର ତୁର୍ବତ ଅଞ୍ଚଳରେ ଏକ ସେନା କନଭେନରେ ଆତ୍ମଘାତୀ...

ଆଜି ଇସ୍ତଫା ଦେବେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ! କାନାଡା ରାଜନୀତିରେ ନୂଆମୋଡ

ଅଟଓ୍ବା,୬।୧: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ନେଇ ବହୁଦିନ ଧରି ଚର୍ଚ୍ଚା ଲାଗି ରହିଛି। ତେବେ ସଦ୍ୟତମ ଅପଡେଟରୁ ସୂଚନା ମିଳିଛି କି, ଟ୍ରୁଡୋ...

ଅଷ୍ଟ୍ରେଲିଆରେ ଅସହ୍ୟ ଗରମ, ଜଙ୍ଗଲ ନିଆଁରେ ଅସ୍ତବ୍ୟସ୍ତ ଭିକ୍ଟୋରିଆ ରାଜ୍ୟ

କାନବେରା,୫।୧: ଭାରତର ଲୋକମାନେ ଶୀତରେ ଥରୁଥିବାବେଳେ ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ଅଞ୍ଚଳରେ ପ୍ରବଳ ଗରମ ହେତୁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏହା ଦ୍ୱାରା ଜଙ୍ଗଲ ନିଆଁର ଆଶଙ୍କା...

‘ଆସିଗଲା ସମୟ…,’ ହମାସ ଜାରିକଲା ଇସ୍ରାଏଲ ବନ୍ଧକଙ୍କ ଭିଡିଓ, ଝିଅକୁ ଦେଖି…

ଜେରୁଜେଲମ,୫।୧: ଅକ୍ଟୋବର ୨୦୨୩ଆକ୍ରମଣରେ ଗାଜାରେ କଏଦ ହୋଇଥିବା ଇସ୍ରାଏଲ ସୈନିକ ଲିରି ଆଲବାଇଗଙ୍କୁ ଦେଖାଇ ହମାସର ସଶସ୍ତ୍ର ୱିଙ୍ଗ ଇଜ୍ଜେଦିନ ଅଲ-କସାମ ବ୍ରିଗେଡ ଏକ ଭିଡିଓ...

ଜର୍ଜ ସୋରୋସଙ୍କୁ ମିଳିଲା ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ, ରାଗିଗଲେ ମସ୍କ

ଓ୍ବାଶିଂଟନ,୫।୧: ଜର୍ଜ ସୋରୋସ, ଯାହାଙ୍କ ପ୍ରସଙ୍ଗରେ ଭାରତରେ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତୁତୁମେମେ ଚାଲିଛି, ତାଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri