ବରଗଡ଼ ଅଫିସ,୮।୮: ବରଗଡ଼ ଏମ୍ପି ତଥା ଭାଜପା ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। କୋଭିଡ-୧୯ ଲକ୍ଷଣ ନ ଥାଇ ମଧ୍ୟ ସେ ଶୁକ୍ରବାର ନିଜର ପରୀକ୍ଷା କରାଇଥିଲେ। ଶନିବାର ରିପୋର୍ଟ ପଜିଟିଭ୍ ଆସଥିବା ବରଗଡ଼ ଜିଲାପାଳ ତାଙ୍କୁ ସୂଚନା ଦେଇଛନ୍ତି। ସମ୍ବଲପୁର ଓ ବରଗଡ଼ ଜିଲାପାଳ ତଥା ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ୍ ଆଇସୋଲେଶନରେ ରହିଛନ୍ତି। ଏବେ ସେ ସୁସ୍ଥ ଥିବା ମଧ୍ୟ କହିଛନ୍ତି।
#COVID19 ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି II
ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା କରିଛନ୍ତି II
ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନ୍ ରେ ଅଛି ଏବଂ ସୁସ୍ଥ ଅଛି II pic.twitter.com/BG3bPXOVMc— Suresh Pujari (@sureshkpujari) August 8, 2020