ବରଗଡ଼ ଏମ୍‌ପିଙ୍କୁ କରୋନା

ବରଗଡ଼ ଅଫିସ,୮।୮: ବରଗଡ଼ ଏମ୍‌ପି ତଥା ଭାଜପା ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। କୋଭିଡ-୧୯ ଲକ୍ଷଣ ନ ଥାଇ ମଧ୍ୟ ସେ ଶୁକ୍ରବାର ନିଜର ପରୀକ୍ଷା କରାଇଥିଲେ। ଶନିବାର ରିପୋର୍ଟ ପଜିଟିଭ୍‌ ଆସଥିବା ବରଗଡ଼ ଜିଲାପାଳ ତାଙ୍କୁ ସୂଚନା ଦେଇଛନ୍ତି। ସମ୍ବଲପୁର ଓ ବରଗଡ଼ ଜିଲାପାଳ ତଥା ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ଏବେ ସେ ସୁସ୍ଥ ଥିବା ମଧ୍ୟ କହିଛନ୍ତି।

Share