ବାଡ଼ିରେ ପିନ୍ଧାଇଲେ ବରଣମାଳା..

ପାଟନା,୨।୫: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କେତେକ ବ୍ୟକ୍ତି ପ୍ରୟାସ କରୁଛନ୍ତି। ସମ୍ପ୍ରତି ବିହାରର ବେଗୁସରାଇରେ ଏକ ବିବାହ ଉତ୍ସବରେ ବରକନ୍ୟା ସଚେତନତା ସୃଷ୍ଟି ଲାଗି ବାଡ଼ିରେ ବରଣମାଳା ଧରି ପରସ୍ପରକୁ ପିନ୍ଧାଇଛନ୍ତି। ଏହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବରକନ୍ୟା ସାମାଜିକ ଦୂରତା ପାଳନ କରି ମାସ୍କ୍‌ ପିନ୍ଧି ମଣ୍ଡପରେ ସାତ ଫେରା ନେବା ସହିତ ଜୟମାଳା ପିନ୍ଧାଇବା ସମୟରେ ଏଭଳି କରିଛନ୍ତି। ସ୍ଥାନୀୟ ନେଘଡ଼ା ଅନୁମଣ୍ଡଳ ଅଞ୍ଚଳର ନେଘରା ବଜାରଠାରେ ଥିବା କଲ୍ୟାଣ ମଣ୍ଡପରେ ବର କୃତେଶ କୁମାର ଏବଂ କନ୍ୟା ଜ୍ୟୋତି କୁମାରୀଙ୍କର ବିବାହ ସମାରୋହରେ କରୋନା ମାର୍ଗଦର୍ଶିକା ପାଳନ କରାଯାଇ ୫୦ ଜଣ ଅତିଥି ଯୋଗଦେଇଥିଲେ।

Share