ଓ୍ବାଶିଂଟନ,୩୧ା୧୨: ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ତଥା ବରିଷ୍ଠ ସାମ୍ବାଦିକା ବାର୍ବରା ଓ୍ବାଲ୍ଟର୍ସଙ୍କ ଦେହାନ୍ତ ହୋଇଛି। ବାର୍ବରାଙ୍କ ଜନ୍ମ ୧୯୨୯ ସେପ୍ଟେମ୍ବର ୨୫ରେ ବୋଷ୍ଟନରେ ହୋଇଥିଲା। ପାଞ୍ଚ ଦଶନ୍ଧି ଧରି ବାର୍ବରା ଟିଭି କ୍ୟାରିୟରେ ସକ୍ରିୟ ଥିଲେ। ଆମେରିକା ଟେଲିଭିଜନର ସେ ଜଣେ ଦକ୍ଷ ସାକ୍ଷାତକାର ଆଙ୍କର ଭାବେ ସୁନାମ ଅର୍ଜନ କରିଥିଲେ। ଏପରିକି ଆମେରିକା ରାଷ୍ଟ୍ରପତିଙ୍କ ସହ ମଧ୍ୟ ସେ ସାକ୍ଷାତକାର ନେଇଥିଲେ।
ତାଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ସେ ଅନେକ ସ୍ଥାନରେ ସମ୍ମାନିତ ବି ହୋଇଥିଲେ। ବାର୍ବରା ବିଶ୍ୱର ସବୁଠାରୁ ଅଧିକ ଦରମା ପ୍ରାପ୍ତ ସାମ୍ବାଦିକା ଥିଲେ ବୋଲି କୁହାଯାଏ। ସେ ବର୍ଷକୁ ୧୨ ବିଲିୟନ ଡଲାର ଦରମା ଭାବେ ଏକ ନ୍ୟୁଜ୍ ଚ୍ୟାନେଲରୁ ପାଉଥିଲେ।