ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ବୈଠକ: ସୁବାସ ସିଂ, ଅରିନ୍ଦମଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

କଟକ,୫।୨:(ଶିଳ୍ପା ପ୍ରିୟଦର୍ଶିନୀ) ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନେଇ ରବିବାର ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ପକ୍ଷରୁ ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ବିଜେଡି ନେତା, ବିଜୁ ଯୁବ ଛାତ୍ର ନେତା, ସମସ୍ତ ବିଜେଡି କର୍ପୋରେଟର ଓ ଶତାଧିକ କର୍ମୀ ଯୋଗ ଦେଇଥିଲେ। ହେଲେ ପ୍ରସ୍ତୁତି ବୈଠକରେ ଅନୁପସ୍ଥିତ ଥିଲେ ମେୟର ତଥା ବିଜେଡି ନେତା ସୁବାସ ସିଂ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାୟ। ଏହି ଦୁଇ ଜଣଙ୍କୁ ବାଦ ଦେଇ ଏପରି ଭାବେ ଜିଲା ସଭାପତି ଦେବାଶିଷଙ୍କ ଦଳୀୟ କାର୍ଯ୍ୟକ୍ରମ କରିବା ଯେପରି ଦଳରେ ଏକ ପ୍ରକାର ବିବାଦ ଥିବା ନେଇ ସୂଚନା ମିଳୁଛି, ଯାହାକି କଟକ ରାଜନୀତିକୁ ନେଇ ସାଧାରଣ ଲୋକଙ୍କ ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଛି।

ତେବେ ଦେବାଶିଷ ଓ ଅରିନ୍ଦମ ଗତ କିଛିଦିନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ପରସ୍ପରକୁ ଆଲିଙ୍ଗନ କରି ହାତ ମିଳାଇ କଥାବାର୍ତ୍ତା ହୋଇଥିଲେ। ଏନେଇ ଦେବାଶିଷ ମନ୍ତବ୍ୟ ଦେଇ କହିଥିଲେ ଯେ, ରାଜନୈତିକ ସମ୍ପର୍କ ଅଲଗା ଓ ବ୍ୟକ୍ତିଗତ ସମ୍ପର୍କ ଅଲଗା ଥାଏ। ଅରିନ୍ଦମ ମୋ ସାନ ଭାଇ, ତାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଅଲଗା ରହିଛି। ଅନ୍ୟପକ୍ଷରେ ଆଜିର ବୈଠକ ସ୍ପଷ୍ଟ କରି ଦେଉଛି ଯେ, ଦଳୀୟ କାର୍ଯ୍ୟକ୍ରମରେ ଉକ୍ତ ନିର୍ବାଚନମଣ୍ଡଳୀରେ ଥାଇ ମଧ୍ୟ ଅରିନ୍ଦମଙ୍କୁ ଦେବାଶିଷ ଅଣଦେଖା କରୁଥିବା ଏବେ ଲୋକେ ଚର୍ଚ୍ଚା କରୁଛନ୍ତି। ତେବେ ମେୟର ସୁବାସ ଓ ଅରିନ୍ଦମ କଣ ଦଳରେ ଥାଇ ମଧ୍ୟ ଅଲୋଡ଼ା ବୋଲି ଏପରି କିଛି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିଛି।

ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପ୍ରସଙ୍ଗ ନେଇ ମେୟର ସୁବାସ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ଦଳରେ କୌଣସି କନ୍ଦଳ ନାହିଁ। ବୈଠକ ନେଇ ସମସ୍ତ ଆଲୋଚନା ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ସହ କରିଛି। ବ୍ରହ୍ମପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ଯୋଗଦେଇପାରିନାହିଁ। ଅନ୍ୟପଟେ ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାୟ କହିଛନ୍ତି, କୌଣସି ବୈଠକ ସମ୍ପର୍କରେ ମୋତେ ସୂଚନା ମିଳିନାହିଁ କି ମୁଁ ଅଗବତ ନ ଥିଲି। ଉକ୍ତ ନିର୍ବାଚନମଣ୍ଡଳୀରେ ଥାଇ ମଧ୍ୟ ହୁଏତ ଜିଲା ସଭାପତି ମୋତେ ରାଜ୍ୟ ସାଧାରଣ ସମ୍ପାଦକ ଭାବି ବୈଠକକୁ ଡାକି ନ ଥିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

ନାମାଙ୍କନ ଭରିବେ ନବୀନ: ପୁଣି ହେବେ ସଭାପତି

ଭୁବନେଶ୍ୱର,୧୬।୪: କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ...

ରଜନୀତିରେ ହଇଚଇ୍‌: କହିଦେଲେ ଅଖିଳେଶ, ଏବେ ଶ୍ରୀକାନ୍ତଙ୍କ ଗତି କୁଆଡ଼େ ନେଇ ବଢ଼ୁଛି ସସ୍ପେନ୍ସ

ଭୁବନେଶ୍ୱର,୧୬।୪: ଅଖିଳେଶ ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଏହି ସମୟରେ ସେ କହିଥିବା କିଛି କଥା ବରିଷ୍ଠ କଂଗ୍ରେସ...

ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ...

ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର,୧୬।୪: ଭୁବନେଶ୍ବରରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପହଞ୍ଚିଛନ୍ତି। ତାଙ୍କ ସହ ସ୍ତ୍ରୀ ଏମ୍‌ପି ଡିମ୍ପଲ ଯାଦବ ମଧ୍ୟ ଅଛନ୍ତି। ପୁରୀ ଯାଇ ମହାପ୍ରଭୁଙ୍କୁ...

ଭଉଣୀଙ୍କୁ ଛାଡ଼ି ଫେରୁଥିଲେ, ଅଧାବାଟରେ ଗଲା ଭାଇ ଜୀବନ

ମୋହନା,୧୬।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଛତାଭରି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ ସହ ବାଇକ୍‌ ମୁହଁାମୁହିଁ ଧକ୍କା ହେବାଫଳରେ ଜଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image